ଘରେ ବାନାନ୍ତୁ ସ୍ଵାଦିଷ୍ଟ ସୋୟାବିନ୍ ମଞ୍ଚୁରିଆନ୍

ଘରେ ବାନାନ୍ତୁ ସ୍ଵାଦିଷ୍ଟ ସୋୟାବିନ୍ ମଞ୍ଚୁରିଆନ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୋୟାବିନ୍ କୁ କେହି କେହି ଭେଜ ଚିକେନ କୁହନ୍ତି। ଛତୁ, ପନିର ପରେ ସୋୟାବିନକୁ ସାଧା ଖାଉଥିବା ଲୋକ ଅଧିକ ପସନ୍ଦ କରନ୍ତି। ସୋୟାବିନକୁ ଆପଣ ବିଭିନ୍ନ ଉପାୟରେ ରାନ୍ଧି ଥିବେ ହେଲେ ଏହାର ମଞ୍ଚୁରିଆନ୍ ଅଧିକ ସ୍ଵାଦିଷ୍ଟ ହୋଇଥାଏ। ତେବେ ଜାଣନ୍ତୁ କେମିତି କରିବେ ସୋୟାବିନ ମଞ୍ଚୁରିଆନ୍…

ଆବଶ୍ୟକ ସାମଗ୍ରୀ:
ସୋୟାବିନ୍ ବଡ଼ି-୧୦୦ ଗ୍ରାମ
କର୍ଣଫ୍ଲୋର -୨ ବଡ ଚାମଚ
ହଳଦିଗୁଣ୍ଡ-୧ ଚାମଚ
ଲୁଣ-ସ୍ବାଦାନୁସାରେ
ଗୋଲମରିଚ ଗୁଣ୍ଡ—ଅଧ ଚାମଚ
ସୋରଷ ତେଲ- ୨ ଚାମଚ
କଟା ପିଆଜ (ସରୁ ଲମ୍ବା)-୨ ଟି ବଡ଼
କଟା କ୍ୟାପ୍ସିକମ୍ (ଲମ୍ବା)-୧ଟି ବଡ଼
ଲମ୍ବା କଟା ଟମାଟୋ-୧ଟି ବଡ଼
କଞ୍ଚାଲଙ୍କା କଟା-୨ ରୁ ୪ ଟି
ରସୁଣ କଟା-୪ ପାଖୁଡ଼ା
ସରୁ ଲମ୍ବା କଟା ଅଦା -ଛୋଟ ଖଣ୍ଡେ
ରିଫାଇନ୍ ତେଲ-ଆବଶ୍ୟକ ଅନୁଯାୟୀ
ଧନିଆ ଗୁଣ୍ଡ-୧ ଚାମଚ
ପାଣି –ଆବଶ୍ୟକ ଅନୁଯାୟୀ
ଟମାଟୋ ସସ୍- ଅଳ୍ପ
ସୋୟା ସସ୍— ଗୋଟେ ଚାମଚ
ଚିଲି ସସ୍—ଗୋଟେ ଚାମଚ
ଅଳ୍ପ କଟା ହୋଇଥିବା ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:-
ସୋୟାବିନକୁ ଉଷୁମ ପାଣିରେ ୧୫-୨୦ ମିନିଟ୍ ବତୁରାଇ ଚିପୁଡ଼ି କାଢ଼ନ୍ତୁ । ଗୋଟିଏ ପାତ୍ରରେ ସୋୟାବିନ୍ ସହ କର୍ଣ୍ଣ ଫ୍ଲୋର, ହଳଦି, ଲୁଣ, ଗୋଲମରିଚ ଗୁଣ୍ଡ ଓ ସୋରିଷ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ପ୍ୟାନରେ ରିଫାଇନ୍ ତେଲ ଗରମ କରି ତାହାକୁ ଛୋଟ ଛୋଟ ଗୋଲ କରି ଲାଲ ହେବାଯାଏ ଭାଜନ୍ତୁ । ଏଥର ଆଉଟିକେ ତେଲ ଗରମ କରି ରସୁଣ, ଲଙ୍କା ପକାଇ ୨ ମିନିଟ୍ ଭାଜିବା ପରେ ସେଥିରେ କଟା କ୍ୟାପସିକମ୍ ଓ ପିଆଜ ପକାନ୍ତୁ । ଅଳ୍ପ ଲୁଣ ଦେଇ ନରମ ହେବାଯାଏଁ ଭାଜନ୍ତୁ । ତା’ପରେ କଟା ଟମାଟ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଘୋଡ଼ାଇଦିଅନ୍ତୁ । ସିଝିବା ପରେ ସେଥିରେ ସୋୟାବିନ୍ ପକାଇ ଟମାଟୋ ସସ୍, ସୋୟା ସସ୍, ଚିଲି ସସ୍ ପକାଇ ଭଲକରି ଗୋଳାଇ ଦିଅନ୍ତୁ । ଆଞ୍ଚ କମ୍ ରଖନ୍ତୁ। ଏବେ ଅଳ୍ପ କର୍ଣ୍ଣଫ୍ଲୋରକୁ ପାଣିରେ ମିଶାଇ ସେଥିରେ ପକାଇ ତୁରନ୍ତ ଗୋଳାଇ ଦଅନ୍ତୁ । ପରେ ସେଥିରେ ୧ ରୁ ୨ କପ୍ ପାଣି ଦେଇ ଘୋଡ଼ାଇଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ସୋୟାବିନ୍ ମଞ୍ଚୁରିଆନ୍ । ସେଥିରେ ଧନିଆ ପତ୍ର ପକାଇ ପ୍ଲେଟକୁ କାଢି ଦିଅନ୍ତୁ।

Leave a Reply

Your email address will not be published. Required fields are marked *