ଆପ୍‌ ଦେଲା ପ୍ରାର୍ଥୀ, ଏଥର କରିବ ଖେଳ ?

ଆପ୍‌ ଦେଲା ପ୍ରାର୍ଥୀ, ଏଥର କରିବ ଖେଳ ?

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ ଓ ହରିୟାଣା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ଆମ୍ ଆଦମୀ ପାର୍ଟି । ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା କଂଗ୍ରେସ ସହ ଆସନ ବୁଝାମଣା ପରେ ଆମ୍ ଆଦମୀ ପାର୍ଟି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦିଲ୍ଲୀର ୭ଟି ଆସନରୁ ୪ଟିରେ ଲଢ଼ିବ ଆପ୍ । ଇଷ୍ଟ ଦିଲ୍ଲୀରୁ ଲଢ଼ିବେ ଆପ୍ ନେତା କୁଳଦୀପ କୁମାର । କୁଲଦୀପ ଏବେ ବିଧା.କ ଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଭାବେ ତାଙ୍କୁ ଛିଡ଼ା କରାଉଛି ଆପ୍ ।

ସେହିଭଳି ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ୱେଷ୍ଟ ଦିଲ୍ଲୀରୁ ମହାବଳ ମିଶ୍ର ଏବଂ ଦକ୍ଷିଣ ଦିଲ୍ଲୀରୁ ସାହି ରାମ ପେହଲୱାନ୍ ନିର୍ବାଚନ ଲଢ଼ିବେ । ମହାବଳ ମିଶ୍ର ପୂର୍ବରୁ କଂଗ୍ରେସ ସାଂସଦ ଥିଲେ । ସେହିଭଳି ସାହିରାମ ପେହଲୱାନ ଏବେ ଆମ୍ ଆଦମୀ ପାର୍ଟିର ବିଧାୟକ ଅଛନ୍ତି ।

ହରିୟାଣାର ୧୦ ଆସନରୁ ୯ଟିରେ କଂଗ୍ରେସ ଲଢୁଥିବା ବେଳେ ଗୋଟେ ଆସନ- କୁରୁକ୍ଷେତ୍ର ଆମ୍ ଆଦମୀ ପାର୍ଟି ପାଇଁ ଛାଡ଼ିଛି । ବର୍ତ୍ତମାନ ଆପ୍‌ର ରାଜ୍ୟସଭା ସଦସ୍ୟ ଥିବା ସୁଶୀଲ ଗୁପ୍ତା, ହରିୟାଣାର କୁରୁକ୍ଷେତ୍ର ଆସନରୁ ହେବେ ଦଳର ପ୍ରାର୍ଥୀ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: