‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ ଏହି କଳାକାର

‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ ଏହି କଳାକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଆଗାମୀ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଉଭୟ ଷ୍ଟାରଙ୍କୁ ଫିଲ୍ମରେ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। ତେବେ ଫିଲ୍ମ ବିଷୟରେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଥିବା ବେଳେ ଏକ ସୂଚନା ସାମ୍ନାକୁ ଆସିଛି। ବଡେ ମିୟାଁ ଛୋଟେ ମିୟାଁରେ ଦକ୍ଷିଣୀ ଲୋକପ୍ରିୟ ଅଭିନେତା ପୃଥ୍ୱୀରାଜ ସୁକୁମାର ହିରୋଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଭିଲେନ ଭୂମିକାରେ ନଜର ଆସି ପାରନ୍ତି। ବଡେ ମିୟାଁ ଛୋଟେ ମିୟାଁଙ୍କ ଖବର ଅନୁଯାୟୀ, ତେଲୁଗୁ ଅଭିନେତା ପୃଥ୍ୱୀରାଜ ସୁକୁମାର ଏହି ଫିଲ୍ମରେ ପ୍ରବେଶ କରିଛନ୍ତି। ପୃଥ୍ୱୀରାଜ ଏହି ଚଳଚ୍ଚିତ୍ରରେ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିବେ। ଏଥିରେ ସେ କୃତ୍ରିମ ବୁଦ୍ଧି,ରୋବୋଟିକ୍ସ ଏବଂ ଡ୍ରୋନ୍ ସହ ଖେଳୁଥିବାର ନଜର ଆସିବେ।

ଭିଲିଆନ୍ ହେବେ A1 ସାଇଣ୍ଟିଷ୍ଟ
ଚଳଚ୍ଚିତ୍ର ନିର୍ମାତା ସିନେମାରେ ଏକ ଭିଲେନ ଖୋଜୁଥିଲେ। ଏହି ସମୟରେ ପୃଥ୍ୱୀରାଜ ସୁକୁମାରଙ୍କ ନାଁ ସାମ୍ନାକୁ ଆସିଲା। ତେବେ ଫିଲ୍ମରେ ସୁକୁମାରଙ୍କୁ ଏକ ବଡ଼ ହାଇଲାଇଟ୍ ଭାବେ ଦେଖିବାକୁ ମିଳିବ।

ହିରୋ ଓ ଭିଲେନଙ୍କର ହେବ ଯୋରଦାର ଟକ୍କର
ବଡେ ମିୟାଁ ଛୋଟେ ମିୟାଁର ନିର୍ଦ୍ଦେଶକ ଅଲି ଅବାସ୍ ଜାଫର ବିଶ୍ୱାସ କରନ୍ତି ଯେ, ଜଣେ ଶକ୍ତିଶାଳୀ ଭିଲେନ ଫିଲ୍ମର ହିରୋକୁ ଆହୁରି ଦମଦାର କରିଥାଏ। ଦୁଇ ବଡ଼ ଆକ୍ସନ୍ ହିରୋ ଫିଲ୍ମରେ ଏକାଠି ଦେଖିବାକୁ ମିଳୁଥିବା ବେଳେ ଏଭଳି ପରିସ୍ଥିତିରେ ନିର୍ଦ୍ଦେଶକ ଭିଲେନ ଭୂମିକାରେ ଜଣେ ବଳିଷ୍ଠ ଅଭିନେତା ଖୋଜୁଥିଲେ।

କେବେ ରିଲିଜ ହେବ ଏହି ଚଳଚ୍ଚିତ୍ର
ଏହା ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ତାଲିକାରେ ଅନ୍ତର୍ଭୁକ୍ତ।2024 ମସିହାରେ ଇଦ୍ ଅବସରରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଯାଉଛି। ବଡେ ମିୟାଁ ଛୋଟେ ମିୟାଁକୁ ବାସୁ ଭଗ୍ନାନୀ ଏବଂ ଜ୍ୟାକି ଭାଗ୍ନାନୀଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ଥିବା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ କରାଯାଉଛି।

କିଏ କିଏ ଏହି ଚଳଚ୍ଚିତ୍ରରେ ଜଡ଼ିତ
ଚଳଚ୍ଚିତ୍ରଟିର ସୁଟିଂ ବହୁ ପରିମାଣରେ ଶେଷ ହୋଇ ସାରିଛି। ଏଥିରେ ଜବରଦସ୍ତ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳିବ। ଲିଉଡର ଆକ୍ସନ୍ ଏକ୍ସପର୍ଟଙ୍କ ଏକ ଟିମ୍ ସହ ବଡେ ମିୟାଁ ଛୋଟେ ମିୟାଁର ଅନେକ ଷ୍ଟଣ୍ଟକୁ ସୁଟ୍ କରାଯାଇଛି । ଅନ୍ୟପକ୍ଷରେ ଷ୍ଟାର କାଷ୍ଟ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହିତ ସୋନାକ୍ଷୀ ସିହ୍ନା ଓ ମାନୁଶି ଚିଲାର ଏବଂ ଆଲାୟା ଏଫ୍ ଦେଖିବାକୁ ମିଳିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: