ଆତ୍ମନିର୍ଭରଶୀଳ ପାଇଁ ପ୍ରେରଣା ଦେଉଛି ଆରାଧ୍ୟ ଟ୍ରଷ୍ଟ

ଆତ୍ମନିର୍ଭରଶୀଳ ପାଇଁ ପ୍ରେରଣା ଦେଉଛି ଆରାଧ୍ୟ ଟ୍ରଷ୍ଟ

ଭୁବନେଶ୍ୱର, ୨୪ ଏପ୍ରିଲ୍ ୨୦୨୪; ମାନବ ସେବା ହିଁ ମାଧବ ସେବା । ଆଉ ସେବା କରିବା ବି ଏକ ସୌଭାଗ୍ୟର କଥା । ସମାଜର ଅତି ଜରୁରୀ ଲୋକଙ୍କ ସେବା କରିବାକୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅହୋରାତ୍ର ପରିଶ୍ରମ କରୁଛି ପିପିଲି ଅଞ୍ଚଳର ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ । ଏହି ଟ୍ରଷ୍ଟର ପ୍ରୟାସରେ ଜଣେ ଦିବ୍ୟାଙ୍ଗ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ପୁରୀ ଜିଲ୍ଲା, ପିପିଲି ବ୍ଲକ, ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣl ଗ୍ରାମର ୩୩ ବର୍ଷୀୟ ତରୁଣ ଡଗରା ଙ୍କୁ ସହଯୋଗ ଦେଇଛି ଟ୍ରଷ୍ଟ। ତରୁଣ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୀର୍ଘ ୧୩ ବର୍ଷ ହେଲା ରୋଗ ଶଯ୍ୟାରେ ପଡି ରହିଛନ୍ତି । ଆଉ ଏବେ ତାଙ୍କୁ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ଆତ୍ମନିର୍ଭରଶୀଳ କରିବାପାଇଁ ସମସ୍ତ ପ୍ରକାର ଦୋକାନ ସାମଗ୍ରୀ ପ୍ରଦାନ କରା ଯାଇଛି। ଖୁସିର କଥା ଯେ, ତାଙ୍କୁ ଯେଉଁ ସାମଗ୍ରୀ ପ୍ରଦାନ କରାଯାଇଥିଲା ସେଥିରୁ ତରୁଣ ଗୋଟିଏ ଦୋକାନ କରି ଏବେ ରୋଜଗାରକ୍ଷମ ହୋଇ ପାରିଛନ୍ତି ।

ଏବେ ସେ ନିଜେ ଆଉ କାହା ଉପରେ ନିର୍ଭର ନ ହୋଇ ନିଜେ ସ୍ୱାଭିମାନର ସହ ବଞ୍ଚି ପାରୁଛନ୍ତି ଏବଂ କିଡନୀ ଓ ହାର୍ଟ ରୋଗରେ ପୀଡ଼ିତ ବାପା ମା’ ଙ୍କ ସେବା କରିପାରୁଛନ୍ତି ।

ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଛକ ନିକଟ କୃପାଜଳ ଇଂଜିନିଅରିଂ କଲେଜ ପାଖରେ ଦୋକାନ ଦେଇଛନ୍ତି ।

ଆପଣ ମାନେ ମଧ୍ୟ ଯଦି ସମାଜର ଏମିତି କିଛି ଜରୁରୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହୀ ତେବେ ଆପଣମାନେ ଏହି ଟ୍ରଷ୍ଟକୁ ଦାନ କରିଲେ ତରୁଣ ଭଳି ଆଉ କିଛି ଅସହାୟ ଙ୍କୁ ସାହାଯ୍ୟ ମିଳିପାରିବ ।

Trust Name: Aaradhya Charitable Trust Account Number: 3111493976 – (Kotak Mahindra)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: