ଏମିତି ଥରେ ତିଆରି କରି ଚାଖନ୍ତୁ ପାଳଙ୍ଗ ଚିକେନ

ଏମିତି ଥରେ ତିଆରି କରି ଚାଖନ୍ତୁ ପାଳଙ୍ଗ ଚିକେନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶୀତ ଋତରେ ପାଳଙ୍ଗ ପ୍ରଚୁର ପରିମାଣରେ ମିଳିଥାଏ। ତେବେ ଯଦି ଆପଣ ପଲଙ୍ଗକୁ ସ୍ଵାଦିଷ୍ଟ ଡିସ୍ କରି ଖାଇବାକୁ ଚାହାନ୍ତି ତେବେ ଚିକେନ ଏଥି ପାଇଁ ବେଷ୍ଟ୍ ଯୋଡ଼ି ହେବ। ମାନେ ପାଳଙ୍ଗ ଚିକେନ କରି ଖାଆନ୍ତୁ। ଏହା ସ୍ଵାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ମଧ୍ୟ। ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ପାଳଙ୍ଗ ଚିକେନ।

ଆବଶ୍ୟକ ସାମଗ୍ରୀ: – ଚିକେନ୍ ୫୦୦ ଗ୍ରା.ମ, ପାଲଙ୍ଗ ଶାଗ ୨୦୦ ଗ୍ରାମ, ସୋରିଷ ତେଲ, ପିଆଜ ୪ଟା, ଟମାଟୋ ୨ ଟି, ଅଦା ରସୁଣ ବଟା, ଦହି ୧ଚାମଚ, ଲୁଣ, ହଳଦୀ, ଶୁଖିଲା ଲଙ୍କା, ତେଜ ପତ୍ର, ଗରମ ମସଲା, ଚିକେନ ମସଲା।

ପ୍ରସ୍ତୁତି ପ୍ରଣାଳୀ: -ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଲୁଣ, ହଳଦୀ, ତେଲ, ଦହିି ଗୋଳାଇ ରଖିଦିଅନ୍ତୁ । ଅଦା, ରସୁଣ ଟମାଟୋ ଓ ଶୁଖିଲା ଲଙ୍କାକୁୁ ବାଟି ରଖନ୍ତୁ । ପାଲଙ୍ଗ ଶାଗକୁ ଭଲ ଭାବେ ବାଛି ଧୋଇ ରଖନ୍ତୁ । ଏବେ ଗ୍ୟାସରେ କଡ଼େଇ ବସେଇ ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ତେଜପତ୍ର ଓ ପିଆଜ ପକାଇବା ଭାଜନ୍ତୁ ।ପିଆଜ ଭାଜିହୋଇଗଲେ ଅଦା ରସୁଣ ଟମାଟୋକୁ ବଟା ପକେଇ ଦିଅନ୍ତୁ । ମସଲା ଭଲଭାବେ କସି ହୋଇଗଲେ ଏବେ ସେଥିରେ ଚିକେନ୍ ପକାଇ କସନ୍ତୁ। ଭଲ ଭାବେ କଷି ହୋଇଗଲେ ପାଲଙ୍ଗ ଶାଗକୁ ଛୋଟ ଛୋଟ କାଟି ଚିକେନ୍‌ରେ ପକାଇ ଭଲ ଭାବେ କସନ୍ତୁ । ଭଲ ଭାବେ କସି ହୋଇଗଲେ ଅଳ୍ପପାଣି ଦେଇ ଘୋଡ଼େଇଦେବା । କିଛି ସମୟ ପରେ ଚିକେନ୍ ସିଝି ଗଲେ ସେଥିରେ ଗରମ ମସଲା ପକାଇ କାଢ଼ିଦେବା । ଆପଣ ଏହାକୁ ଗରମ ଭାତ, ରୁଟି, ନାନା ସହିତ ଖାଇପରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: