ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ଡିଲ୍‌ ଫାଇନାଲ

ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ଡିଲ୍‌ ଫାଇନାଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟର ଡିଲ୍ ଫାଇନାଲ୍ । ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ପ୍ରାୟ ଫାଇନାଲ୍ ହୋଇ ଯାଇଥିବା ବେଳେ ବର୍ତ୍ତମାନ କେବଳ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନକୁ ଅପେକ୍ଷା । ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ସମାଜବାଦୀ ପାର୍ଟି, କଂଗ୍ରେସକୁ ୧୭ଟି ଆସନ ଛାଡ଼ିବ । କଂଗ୍ରେସ ୧୯ଟି ଆସନ ଚାହୁଁଥିବା ବେଳେ ୧୭ଟିରେ ସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି । ୬୨ଟି ଆସନରେ ପ୍ରାର୍ଥୀ ଦେବ ସମାଜବାଦୀ ପାର୍ଟି । ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟିକୁ ବାକି ଗୋଟେ ଆସନରେ ଲଢ଼ିବ । ମେଣ୍ଟ ସ୍ବାର୍ଥକୁ ନଜରରେ ରଖି ଦୁଇ ଦଳ ଏହି ବୁଝାମଣାରେ ଉପନୀତ ହୋଇଥିବା ବେଳେ କିଛି ଆସନରେ କିଛିଟା ପରିବର୍ତ୍ତନ କରିଛନ୍ତି। ସୀତାପୁର ଓ ହଥରସ ଆସନରେ ଦୁଇ ପାର୍ଚଟି ଅଦଳ-ବଦଳ କରିପାରନ୍ତି । ବାରଣାସୀରେ ପ୍ରାର୍ଥୀ ଦେବନି ସମାଜବାଦୀ ପାର୍ଟି । ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ଦେବ କଂଗ୍ରେସ । ଶ୍ରାବସ୍ତି ଆସନ ବଦଳରେ ସମାଜବାଦୀ ପାର୍ଟି ବୁଲନ୍ଦ ସହର କିମ୍ବା ମଥୁରା ଆସନ ପାଇପାରେ । ମୋରାଦାବାଦରେ ୨୦୧୯ରେ ଏସପି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏଥର ସେଠି ପ୍ରାର୍ଥୀ ଦେବନି କଂଗ୍ରେସ ।

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିଥିବା ବେଳେ ଗତ ସପ୍ତାହରେ ଏସପି ମୁଖ୍ୟ ଅଖିଳେଶ ସିଂହ ଯାଦବଙ୍କ ହାବଭାବରୁ ଲାଗୁଥିଲା, ହୁଏତ ଏଠି କଂଗ୍ରେସ ଓ ଏସପି ମଧ୍ୟରେ ବୁଝାମଣା ହୋଇନପାରେ । କଂଗ୍ରେସକୁ ୧୫ଟି ଆସନ ଅଫର୍ କରିଥିଲେ ଅଖିଳେଶ । ଆଉ ଆସନ ବୁଝାମଣା ଫାଇନାଲ୍ ନହେଲେ, ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେବ ନାହିଁ ବୋଲି କହିଥିଲେ । ତେବେ ଏହି ଡେଭଲପମେଣ୍ଟ ପରେ ଘଟଣାରେ ମୁଣ୍ଡ ପୂରାଇଥିଲେ ପ୍ରିୟଙ୍କା ଗାନ୍ଧି । ଯାହା ଏବେ ଫାଇନାଲ୍ ହୋଇପାରିଛି । ଯେତେଦୂର ଆଶା, ଗୁରୁବାର ଅପରାହ୍ନରେ ଦୁଇଦଳ ଏନେଇ ଔପଚାରିକ ଘୋଷଣା କରିପାରନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: