ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି

ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଣିଥରେ ହକିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି। ଆଉ କିଛିଦିନ ପରେ ଆମ ରାଜ୍ୟରେ ଆରମ୍ଭ ହେବ ହକି ମହାକୁମ୍ଭ । ଆଉ ଆଜି ସାରା ଦେଶରେ ପରିକ୍ରମା କରି ଓଡ଼ିଶାକୁ ଫେରିଛି FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ରାଜ୍ୟରେ ପହଞ୍ଚିବା ପରେ ଆଜିଠୁ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଏହି ଟ୍ରଫି । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ ବୋଲି କୁହାଯାଇଛି । ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରି ଆଜି ଓଡ଼ିଶା ଫେରିଛି ।

ଓଡ଼ିଶାକୁ ଟ୍ରଫି ଫେରିବା ପରେ ସ୍ୱାଗତ କରିବାକୁ ବିମାନବନ୍ଦରରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, କ୍ରୀଡା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ପହଞ୍ଚିଥିଲେ । ଟ୍ରଫିକୁ କ୍ରୀଡା ମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଥିଲା। କଡା ସୁରକ୍ଷା ଭିତରେ ଟ୍ରଫିକୁ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା । ଏବଂ ସେଠାରେ ଏହାକୁ ସାର୍ବଜନୀନ ଭାବେ ପ୍ରଦର୍ଶିତ କରାଯାଇଥିଲା । ଅନ୍ୟ ପଟେ ଆଜିଠାରୁ ଭୁବନେଶ୍ୱରରେ ପଥୋତ୍ସବର ଜନ ସମୁଦ୍ର ମଧ୍ୟରେ ଆଜି ବିଶ୍ୱକପ ଟ୍ରଫି ମଧ୍ୟ ପହଞ୍ଚିଥିଲା।

ସୂଚନା ଯୋଗ୍ୟ ଯେ, ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ । ଜାନୁଆରୀ ୧୩ରୁ ହକି ବିଶ୍ବକପ ଆରମ୍ଭ ହେବାକୁ ଥିବା ବେଳେ ୨୯ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ସେପଟେ ଉଭୟ ଅଫଲାଇନ ଓ ଅନଲାଇନରେ ଟିକଟ ବିକ୍ରି ମଧ୍ୟ ଶେଷ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: