ଆଇଁଷ ବାରରେ ବନାନ୍ତୁ ବ୍ରୋକଲି ଓମଲେଟ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ବ୍ରୋକଲି ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଶୀତଦିନେ ଏହା ପ୍ରଚୁର ପରିମାଣରେ ମଧ୍ୟ ମିଳିଥାଏ। ତେବେ ଆପଣ ବ୍ରୋକଲି ଭଜା, ସାଲଡ୍ ବା ତରକାରି ଖଇଥିବେ। ହେଲେ ଆଜି ଆମେ ବ୍ରୋକଲି ଓମଲେଟ୍ ବିଷୟରେ କହିବୁ। ଏହା ସ୍ବାସ୍ଥ୍ୟପାଇଁ ବେଶ୍ ଉପକାରୀ। ଅଣ୍ଡା ପ୍ରୋଟିନରେ ଭରପୂର ହୋଇଥିବା ବେଳେ ବ୍ରୋକଲିରେ ଅନେକ ପ୍ରକାର ପୋଷାକ ତତ୍ତ୍ଵ ରହିଥାଏ। ଆପଣ ଏହାକୁ ରୁଟି,ଭାତ କିମ୍ବା ଖାଲି ମଧ୍ୟ ଖାଇପାରିବେ।

ଆବଶ୍ୟକ ସାମଗ୍ରୀ: ଅଣ୍ଡାର, ପିଆଜ ଶଣ୍ଢା (ଛୋଟ କଟା ହୋଇଥିବା), ବ୍ରୋକଲି ଛୋଟ ଛୋଟ କଟା, କଞ୍ଚା ଲଙ୍କା ଛୋଟ ଛୋଟ କଟା, ହଳଦୀ ଗୁଣ୍ଡ ଅଳ୍ପ, ପିଆଜ ଛୋଟ ଛୋଟ କଟା, ତେଲ, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ,ଲୁଣ ସ୍ବାଦୁନୁସାରେ।

ପ୍ରସ୍ତୁତି ପ୍ରଣାଳୀ: ଏକ ପ୍ୟାନ ଗରମ କରି ସେଥିରେ ତେଲ ପକାନ୍ତୁ। ଏବେ ସେଥିରେ ପିଆଜ, ଗୋଲମରିଚ ଗୁଣ୍ଡ, ବ୍ରୋକଲି ପକାଇ ହାଲୁକା ଭାଜନ୍ତୁ । ତା’ ପରେ ସେଥିରେ ମସଲା, ଲୁଣ ଏବଂ ଚିଲି ଫ୍ଲେକ୍ସ ପକାନ୍ତୁ। ଏବେ ଏକ ଅଲଗା ପାତ୍ରରେ ଅଣ୍ଡାର ପକାଇ ସେଥିରେ ଅଳ୍ପ ଲୁଣ ପକାନ୍ତୁ। ଭଲ ଭାବେ ଘାଣ୍ଟିବା ପରେ ଅନ୍ୟ ଜିନିଷ ସହିତ ଅଣ୍ଡାକୁ ମିଶାଇ ଗୋଳେଇ ଦିଅନ୍ତୁ। ଏବେ ଏହାକୁ ପ୍ୟାନରେ ଭଲଭାବେ ଅମଲେଟ ପରି ସେକିଦିଅନ୍ତୁ। ମଧ୍ୟମ ଆଞ୍ଚରେ ଓମଲେଟ୍ କରନ୍ତୁ। ସମସ୍ତ ଜିନିଷ ଭଲ ଭାବେ ଫ୍ରାୟେ ହେବା ପରେ ତାକୁ କାଢି ଟେଷ୍ଟ କରନ୍ତୁ। ଆପଣ ଏଥିରେ ଧନିଆ ପତ୍ର ମଧ୍ୟ ପକାଇ। ପାରିବେ।

Leave a Reply

Your email address will not be published. Required fields are marked *