ଲିଭ୍ ଇନ୍ ରିଲେସନରେ ରହିଥିଲେ ଅଭିନେତ୍ରୀ ତବୁ; ଜୀବନରେ ଘଟିଛି ଏହି ସବୁ ଘଟଣା

ଲିଭ୍ ଇନ୍ ରିଲେସନରେ ରହିଥିଲେ ଅଭିନେତ୍ରୀ ତବୁ; ଜୀବନରେ ଘଟିଛି ଏହି ସବୁ ଘଟଣା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ; ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ହିରୋଇନ୍ ତବୁ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। କମର୍ସିଆଲ ଚଳଚ୍ଚିତ୍ର ସମେତ ରିଆଲସ୍ଟିକ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରି ତବୁ ଲୋକ ମାନଙ୍କ ହୃଦୟ ଜିତିଛନ୍ତି। ତେବେ ତବୁ ତାଙ୍କ କ୍ୟାରିଅର୍ ୧୯୮୨ ଚଳଚ୍ଚିତ୍ର ବଞ୍ଜାର ସହିତ ଆରମ୍ଭ କରିଥିଲେ।

ପରେ ସେ ୩୦ ବର୍ଷରୁ ଅଧିକ ସମୟ ଧରି ଲଗାତାର ଚଳଚ୍ଚିତ୍ରରେ କାମ କରି ଆସିଛନ୍ତି। ୫୧ ବର୍ଷ ବୟସ ହୋଇ ମଧ୍ୟ ବିବାହ ନକରି ତବୁ ବହୁତ ଖୁସିରେ ଅଛନ୍ତି। ତବୁଙ୍କୁ ତାଙ୍କ କ୍ୟାରିଅର୍ ସମୟରେ ବହୁତ ଭଲ ପାଇବା ମିଳିଥିଲା। ଏହା ବ୍ୟତୀତ ୧୦ ବର୍ଷ ଧରି ତବୁ ଜଣେ ସୁପରଷ୍ଟାରଙ୍କ ସହ ଲିବ୍ ଇନ୍ ରିଲେସନ୍ ରେ ମଧ୍ୟ ରହିବା ସତ୍ୱେ ମଧ୍ୟ ଶେଷରେ ବିବାହ ନକରିବାକୁ ସ୍ଥିର କରିଥିଲେ। ଏବଂ ବର୍ତ୍ତମାନ ତବୁ ତାଙ୍କ ପରିବାର ସହିତ ମୁମ୍ବାଇରେ ରହିବା ସହ ଚଳଚ୍ଚିତ୍ରରେ କ୍ରମାଗତ ଭାବରେ କାମ ମଧ୍ୟ କରୁଛନ୍ତି।

ସଞ୍ଜୟ କପୁର ଏବଂ ନାଗାର୍ଜୁନଙ୍କ ସହିତ ରହିଛି ତବୁଙ୍କ ସମ୍ପର୍କ

ତବୁଙ୍କ କ୍ୟାରିୟରରେ ତାଙ୍କ ନାମ ଅନେକ କଳାକାରଙ୍କ ସହ ଜଡିତ ହୋଇଥିଲା। କିନ୍ତୁ ପ୍ରଥମେ ତବୁଙ୍କ ସମ୍ପର୍କର ଖବର ଅଭିନେତା ସଞ୍ଜୟ କପୁରଙ୍କ ସହ ଆସିବା ସହ ଫିଲ୍ମର ସୁଟିଂ ସମୟରେ ସେମାନଙ୍କ ସମ୍ପର୍କର ଖବର ଧରି ଦୀର୍ଘ ସମୟ ଧରି ମୁଖ୍ୟ ଖବର ମଧ୍ୟ ସୃଷ୍ଟି କରିଥିଲା। କିନ୍ତୁ କିଛି ଦିନ ପରେ ଦୁଇଜଣ ଅଲଗା ହୋଇଯାଇଥିଲେ। ଏହା ପରେ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଅଭିନେତା ଆକ୍କିନେନି ନାଗାର୍ଜୁନାଙ୍କ ସହିତ ତବୁଙ୍କ ନାମ ଜଡିତ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ତବୁ ଏବଂ ନାଗାର୍ଜୁନ ପ୍ରାୟ ୧୦ ବର୍ଷ ଧରି ସମ୍ପର୍କ ରଖିଥିଲେ। ନାଗାର୍ଜୁନ ପୂର୍ବରୁ ବିବାହିତ ହୋଇଥିବାରୁ ଦୀର୍ଘ ସମୟର ଏହି ସମ୍ପର୍କ ହୋଇଥିଲେ ମଧ୍ୟ ଏକାଠି ରହିବା ଉଚିତ୍ ନୁହେଁ ବିବେଚନା କରିବା ପରେ ସେ ଦୁହେଁ ଅଲଗା ହୋଇଯାଇଥିଲେ। ବର୍ତ୍ତମାନ ତବୁ ୫୧ ବର୍ଷ ବୟସରେ ମଧ୍ୟ ତାଙ୍କ ଜୀବନରେ ଏକା ଥାଇ ବହୁତ ଖୁସିରେ ଅଛନ୍ତି।

କେବଳ ଏତିକି ନୁହେଁ, ତବୁ ଏବଂ ଅଜୟ ଦେବଗାନ୍ ମଧ୍ୟ ବହୁ ବର୍ଷର ବନ୍ଧୁ ଅଟନ୍ତି। ଦୁହେଁ ଏକାଠି ଚଳଚ୍ଚିତ୍ରରେ ସଂଘର୍ଷ କରି ସେମାନଙ୍କର ପରିଶ୍ରମ ଆଧାରରେ ନାମ ଅର୍ଜନ କରିଥିଲେ। ଉଭୟ ପ୍ରାୟ ୩ ଦଶନ୍ଧି ପାଇଁ ବନ୍ଧୁ। ନିକଟରେ ତାଙ୍କ ଚଳଚ୍ଚିତ୍ର ଦିଶ୍ୟାମଙ୍କ ପ୍ରମୋସନ ସମୟରେ ତବୁ ମଧ୍ୟ ବିବାହ ନକରିବାର କାରଣ ପ୍ରକାଶ କରିଥିଲେ। ଅଜୟଙ୍କ ସହ ଏକ ସାକ୍ଷାତକାର ଦେବାବେଳେ ତବୁ କହିଥିଲେ ଯେ "ମୋର ବିବାହ ନକରିବା ପଛରେ ଅଜୟ ଦେବଗାନଙ୍କର ଏକ ବଡ଼ ହାତ ଅଛି। ତଥାପି, ତବୁ ଏସବୁକୁ ଥଟ୍ଟା କରି କହିଥିଲେ ଏବଂ ଛୋଟ ବୟସର କାହାଣୀ ମଧ୍ୟ କହିଥିଲେ ।"   ୨୦୧୭ ମସିହାରେ ମୁମ୍ବାଇ ମିରର୍ କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତବୁ କହିଥିଲେ, "ଅଜୟ ଏବଂ ମୁଁ ପ୍ରାୟ ୨୫ ବର୍ଷ ଧରି ବନ୍ଧୁ ହୋଇ ଆସିଛୁ। ଅଜୟ ମୋର ସମ୍ପର୍କୀୟ ସମୀର ଆର୍ଯ୍ୟଙ୍କ ପଡ଼ୋଶୀ ହେବା ସହ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ । ତେଣୁ ଏହି କାରଣରୁ ଅଜୟ ଏବଂ ମୁଁ ମଧ୍ୟ ବନ୍ଧୁ ହୋଇଗଲୁ। ମୁଁ ଯେତେବେଳେ ୟଙ୍ଗ ଥିଲି, ଉଭୟ ଅଜୟ ଏବଂ ସମୀର ମୋ ଉପରେ ଯାସୁସୀ  କରିବା ସହ ଯଦି କେଉଁ ପୁଅ ମୋ ସହିତ କଥାବାର୍ତ୍ତା ହେଉଥିବା ତାଙ୍କୁ ଦେଖିବାକୁ ମିଳେ ତେବେଏହି ଦୁଇ ଜଣ ତାଙ୍କୁ ଧମକ ମଧ୍ୟ ଦେଉଥିଲେ। ଉଭୟ ସେହି ଦିନ ମାନଙ୍କରେ ଦବଙ୍ଗ ହେବାର ପ୍ରାଧାନ୍ୟ ବିସ୍ତାର କରୁଥିଲେ। ଆଜି ମୁଁ ଅବିବାହିତ, ଏହାର କାରଣ ହେଉଛି ଅଜୟ ଦେବଗନ୍। ମୁଁ ଆଶା କରୁଛି ସେ ଯାହା କରିଛନ୍ତି ତାହା ହୃଦୟଙ୍ଗମ କରିବେ।" ଏହି ବାର୍ତ୍ତା ଶୁଣିବା ପରେ ଅଜୟ ଦେବଗନ ମଧ୍ୟ ତବୁଙ୍କ ବିବୃତ୍ତିରେ ହସୁଥିବାର ଦେଖିବାକୁ ମିଳିଥିଲା।  

0 Comments

Leave Your Comment

Your email address will not be published. Required fields are marked *

%d bloggers like this: