ମିଠା ନୁହେଁ ଜୁଆଁଇକୁ ସିଗାରେଟ୍ ଦେଇ ଶାଶୁ କରନ୍ତି ବରଣି!

ମିଠା ନୁହେଁ ଜୁଆଁଇକୁ ସିଗାରେଟ୍ ଦେଇ ଶାଶୁ କରନ୍ତି ବରଣି!

ପ୍ରିଜମ ନ୍ୟୁଜ ବ୍ୟୁରୋ: ଝିଅଟିଏ ବିବାହ କରିବା ପୂର୍ବରୁ ତାର ଘର ଲୋକ ବରର ଅନେକ ଗୁଣ ଦେଖା ପରଖା ଯାଇଥାଏ। ଯେପରି ସେ କୌଣସି ନିଶା ସେବନ କରୁ ନଥିବେ, ତାଙ୍କର କୌଣସି ବଦ ଅଭ୍ୟାସ ନଥିବ। ଏହାସହ ବାହାଘରରେ ବର ପକ୍ଷକୁ ବେଶ ମାନ ସମ୍ମାନର ସହ ସ୍ବାଗତ କରିଥାଆନ୍ତି କନ୍ୟା ପକ୍ଷ । ଯେ କୌଣସି ସମ୍ପ୍ରଦାୟର ଲୋକେ ହୁଅନ୍ତୁ ନା କାହିଁକି ସେମାନେ ବର ବା ଜ୍ବାଇଁର ଚର୍ଚ୍ଚାରେ ତିଳେ ମାତ୍ର ହେଳା କରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରମ୍ପରା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିହାଘର ସମୟରେ କିଛି ଅଜବ ଧରଣର ପରମ୍ପରାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ଜ୍ବାଇଁକୁ ମିଠା ନୁହେଁ ବରଂ ସିଗାରେଟ ଦେଇ ସ୍ବାଗତ କରୁଛନ୍ତି ଶାଶୁ ।

ନିକଟରେ ଇନଷ୍ଟାଗ୍ରାମରେ ଏନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଶାଶୁ ମିଠା ବଦଳରେ ଜ୍ୱାଇଁଙ୍କ ମୁହଁରେ ସିଗାରେଟ ଦେଇ ତାଙ୍କୁ ସ୍ବାଗତ ଜଣାଉଛନ୍ତି । ଖାଲି ସେତିକି ନୁହେଁ ପାଖରେ ଠିଆ ହୋଇଥିବା ଶ୍ବଶୁର ଦିଆସିଲ ଲଗାଇ ଜ୍ୱାଇଁ ମୁହଁରେ ଦିଆଯାଇଥିବା ସିଗାରେଟ ଜଳାଉଛନ୍ତି । ସିଗାରେଟ ଜଳିବା ପରେ ବର ଜଣଙ୍କ ଥରେ ସିଗାରେଟକୁ ଫୁଙ୍କି ଏହାକୁ ଫେରାଇଦେଉଛନ୍ତି । ଜୁହି ନାମକ ଜଣେ ବ୍ଲଗର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି, ଭିଡ଼ିଓ ସେୟାର କରି ସେ ଲେଖିଛନ୍ତି ଯେ, ବାହାଘରର ଏକ ଅଜବ ପରମ୍ପରା ଦେଖିବାକୁ ମିଳିଲା । ଏଠାରେ ଜ୍ୱାଇଁକୁ ସିଗାରେଟ ଦେଇ ଶାଶୁ ସ୍ବାଗତ କରିଥାଆନ୍ତି । ଏହି ପରମ୍ପରା ବେଶ ପୁରୁଣା ଅଟେ । ପୂର୍ବରୁ ଏଥିରେ ସିଗାରେଟ ବଦଳରେ ବିଡି଼ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ବିଡ଼ିର ସ୍ଥାନ ନେଇଛି ସିଗାରେଟ । ଦକ୍ଷିଣ ଗୁଜୁରାଟର କିଛି ଗାଁରେ ଏବେ ବି ଏହି ପରମ୍ପରା ଦେଖିବାକୁ ମିଳିଥାଏ । ବିହାରର କେତେକ ସ୍ଥାନରେ ମଧ୍ଯ କିଛି ଏପରି ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଭିଡ଼ିଓଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ପ୍ରାୟ ୧୩୧,୨୬୪ ଲୋକେ ଲାଇକ କରିଥିବା ଦେଖିବାକୁ ମିଳିଛି । ଏହାସହ ଏଥିରେ ଲୋକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: