ଆଜିଠୁ ଟ୍ୱିନ୍ ସିଟିରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ଆଜିଠୁ ଟ୍ୱିନ୍ ସିଟିରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ରାତି ୮ଟାରୁ ଟ୍ବିନ ସିଟିରେ ଲାଗୁ ହୋଇଛି ନାଇଟ୍‌ କର୍ଫ୍ୟୁ । ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ପୋଲିସ ଅଧିକାରୀଙ୍କ ସହ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଆଲୋଚନା ।

ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସହରରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ଦୁର୍ଗାପୂଜା ପାଇଁ କଟକ ସହରକୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି ବୋଲି କହିଲେ ପୋଲିସ କମିସନର। ୪ ଅତିରିକ୍ତ ଏସପି,୧୧DSP, ୨୭ ଇନ୍‌ସ୍ପେକ୍ଟର, ୨୧୬ ଅଫିସର, ୪୪ ହାବିଲଦାର,୪୨୭ କନେଷ୍ଟବଳ, ୨୮୮ ହୋମଗଡ଼, ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।


ଏହାସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨ ଟ୍ରାଫିକ SPଙ୍କୁ ଦାୟିତ୍ବ ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: