ଝିଅ ସୁହାନାଙ୍କୁ ଜନ୍ମଦିନରେ ଶାହାରୁଖଙ୍କ ଶୁଭେଚ୍ଛା

ଝିଅ ସୁହାନାଙ୍କୁ ଜନ୍ମଦିନରେ ଶାହାରୁଖଙ୍କ ଶୁଭେଚ୍ଛା

ଆଜି ବଲିଉଡ୍ ତାରକା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରତି ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଭିନ୍ନ ଫିଲ୍ମ କଳାକାର ଓ ବନ୍ଧୁମାନେ ସୁହାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିତା ଶାହାରୁଖ ଖାନ ମଧ୍ୟ ଝିଅକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ ବାଦଶାହ ନିଜ ପରିବାରକୁ ସ୍ନେହପ୍ରେମ ବାଣ୍ଟିବାରେ କେବେ ହେଳା କରିନାହାନ୍ତି। ତେଣୁ ଜନ୍ମଦିନରେ ସେ ଝିଅକୁ ଶୁଭେଚ୍ଛା ଜଣାଇବା ସାଧାରଣ କଥା। ତେବେ ସେ ଝିଅକୁ କି ବାର୍ତ୍ତା ଦେଉଛନ୍ତି, ତାହା ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଥାନ୍ତି।

ଶାହାରୁଖ ଖାନ ଟ୍ବିଟ୍ କରି ଝିଅ ପାଇଁ ଏକ ଲଭ୍‌ଲି ଭିଡିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସୁହାନା ବରଫ ଉପରେ ସ୍କେଟିଂ କରୁଥିବାର ଦେଖିବାକୁ ମିଳୁଛି। ବ୍ୟାକ୍‌ଗ୍ରାଉଣ୍ଡରେ ହ୍ୟାରି ଷ୍ଟାଇଲଙ୍କ ଗୀତ ୱାଟରମେଲନ ସୁଗାର ବି ଶୁଣିବାକୁ ମିଳୁଛି। ଏଥି ସହ ଅଭିନେତା ବାପା ଏକ ଛୋଟ ବାର୍ତ୍ତା ଲେଖି ଶେଷରେ ‘ଲଭ୍ ୟୁ ବେବି’ ବୋଲି ଲେଖିଛନ୍ତି। ବାର୍ତ୍ତାରେ ସେ ଲେଖିଛନ୍ତି- ‘ଆଜି ତୁମ ପାଇଁ ଏକ ଖୁସିର ଦିନ.. ଏହି ଖୁସି ତୁମର ସବୁଦିନ ଥାଉ।’’


ଆଜି ବାପା ଶାହରୁଖଙ୍କ ଛଡ଼ା ତ୍ରୟୋବିଂଶ ଜନ୍ମଦିବସରେ ସୁହାନାଙ୍କୁ ଅନେକ ସେଲିବ୍ରିଟି ୱିସ କରିଛନ୍ତି। ତାଙ୍କର ବେଷ୍ଟ ଫ୍ରେଣ୍ଡ ଅନନ୍ୟା ପାଣ୍ଡେ ମଧ୍ୟ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଲାଇଗର ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଆଜି ଓ ସବୁଦିନ ପାଇଁ ତାଙ୍କର ଶୁଭ ମନାସିଛନ୍ତି। ଅନନ୍ୟା ଓ ସୁହାନା ପିଲାଦିନର ସାଙ୍ଗ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: