ପାରିବାରିକ କଳହର କରୁଣ ପରିଣତି, ୩ ବର୍ଷ ପୁଅକୁ ମାରି ଆତ୍ମହତ୍ୟା କଲା ମା’

ପାରିବାରିକ କଳହର କରୁଣ ପରିଣତି, ୩ ବର୍ଷ ପୁଅକୁ ମାରି ଆତ୍ମହତ୍ୟା କଲା ମା’

ପ୍ରିଜମ ନ୍ୟୁଜ ବ୍ୟୁରୋ: ୩ ବର୍ଷ ଶିଶୁ ପୁତ୍ରର ତଣ୍ଟି କାଟି ଆତ୍ମହତ୍ୟା କଲା ସାବତ ମା’। ପାରିବାରିକ କଳହରେ ବଳିପଡ଼ିଗଲା ୨ ବର୍ଷର ଶିଶୁ । କଟକ ଶ୍ରୀରାମ ନଗରରେ ଅଭାବନୀୟ ଘଟଣା । ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ମହିଳା। ତେବେ ମହିଳା ଜଣକ ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ ବୋଲି ଜଣାପଡିଛି । ସୂଚନା ମୁତାବକ, ସେ ଗତ ବର୍ଷ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । ଉଭୟ ଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା । ଉଭୟ ଇଂଜିନିୟର ଭାବେ ଚାକିରି କରୁଥିଲେ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସନ୍ତୋଷ ଶିଳ୍ପୀଙ୍କୁ ଦ୍ୱିତୀୟ ବିବାହ କରିଥିଲା ।ପ୍ରଥମ ପତ୍ନୀଙ୍କ ଅଢେଇ ବର୍ଷର ପୁଅକୁ ଶିଳ୍ପୀ ନିଜର ପୁଅ ପରି ଲାଳନପାଳନ କରୁଥିଲେ ।

ତେବେ ପାରିବାରିକ ବିବାଦରୁ ଉଭୟଙ୍କ ଭିତରେ କଳିଝଗଡା ଲାଗି ରହୁଥିଲା । ସନ୍ତୋଷ ସବୁବେଳେ ଶିଳ୍ପୀଙ୍କୁ କାଳେ ନିର୍ଯାତନା ଦେଉଥିଲେ । ଏମିତିକି ସନ୍ତୋଷଙ୍କ ନିର୍ଯାତନା ଯୋଗୁଁ ଶିଳ୍ପୀ ଚାକିରି ଛାଡିଥିବା କୁହାଯାଉଛି । ପରେ ଶିଳ୍ପୀ ପୁଣି ଏକ ସଂସ୍ଥାରେ ଚାକିରି କରିବାକୁ ନେଇ ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସେହି ବଚସା ନେଇଯାଇଥିଲା ସାବତ ମା’ ଓ ନିରୀହ କୁନି ପୁଅର ଜୀବନ । କାଲି ରାତିର ଝଗଡ଼ା ପରେ ଆଜି ସକାଳେ ଶିଳ୍ପୀ ଆଉ ତାଙ୍କ ରୁମ ଖୋଲି ନଥିଲେ ।ତେବେ ଆଜି ଦୀର୍ଘ ସମୟ ଧରି କବାଟ ବନ୍ଦ ରହିଥିବା ବେଳେ କବାଟ ଭାଙ୍ଗିବା ପରେ ଉଭୟ ଶିଶୁ ଓ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସାବତ ପୁଅ ପ୍ରାୟ ୩ ବର୍ଷର ହୋଇଥିବା ବେଳେ ତାର ବେକରେ ଗଭୀର କ୍ଷତ ରହିଥିଲା । ଅନ୍ୟପଟେ ମହିଳା ଜଣକ ନିଜର ଓଢଣୀରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ବିଶେଷକରି କେଉଁ ପରିସ୍ଥିତିରେ ମହିଳା ଜଣକ ନିଜର ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଲେ ତାହାର ତଦନ୍ତ କରୁଛି । ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କ ପରିବାର ଲୋକ ଏହି ଘଟଣା ପାଇଁ ସ୍ୱାମୀ ଏବଂ ତାଙ୍କର ପରିବାର ଲୋକଙ୍କୁ ଦାୟୀ କରିଛନ୍ତି ।ପୁଲିସ ହତ୍ୟା ସନ୍ଦେହରେ ସନ୍ତୋଷ ଏବଂ ତାର ପରିବାର ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ମୃତ ଶିଳ୍ପୀଙ୍କ ପରିବାର ଘଟଣାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେବେ ସାମ୍ନାକୁ ଆସିଛି ମୃତ ମହିଳା ଶିଳ୍ପୀ ଦାସଙ୍କ ଫେସବୁକ୍‌ର ଶେଷ ପୋଷ୍ଟ, ସ୍ୱାମୀଙ୍କ ନାଁ ଯୋଡ଼ି ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ ନାଁରେ ଆଇଡି ଖୋଲିଥିବା ବେଳେ ୧୨ ଘଣ୍ଟା ତଳେ ଫେସବୁକ୍‌ରେ ଶେଷ ପୋଷ୍ଟ କରିଛନ୍ତି। ସେଥିରେ ଆଇ କୁଇଟ୍, ବିକଜ୍ ଦ୍ୟାଟ୍ ୱାଜ୍ ପ୍ରୋବାବ୍ଲି ଦି ଓନ୍ଲି ଅପ୍ସନ ଅଣ୍ଟିଲ୍.. ବୋଲି ଲେଖିଛନ୍ତି ଶିଳ୍ପୀ। ତେବେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: