ଡୋପଟେଷ୍ଟରେ ବିଫଳ ଦୂତୀ,ସାମୟିକ ଭାବେ ହେଲେ ନିଲମ୍ବିତ

ଡୋପଟେଷ୍ଟରେ ବିଫଳ ଦୂତୀ,ସାମୟିକ ଭାବେ ହେଲେ ନିଲମ୍ବିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶର ଅନ୍ୟତମ ଶ୍ରେଷ୍ଠ ଧବିକା ଦୂତୀ ଚାନ୍ଦ ଡୋପଟେଷ୍ଟରେ ବିଫଳ, ଡୋପ୍ ଟେଷ୍ଟରେ ଦୂତୀଚାନ୍ଦ ଫେଲ୍ ହୋଇଥିବା ଜାତୀୟ ଗଣମାଧ୍ୟମରୁ ପ୍ରକାଶ ପାଇଛି। ଡୋପ୍ ଟେଷ୍ଟରେ ପଜିଟିଭ ଆସିଥିବା PTI ପକ୍ଷରୁ ସୂଚନା ମିଳିଛି। ଦୂତୀଙ୍କ ନମୁନାରେ SARMs ମିଳିଥିବା ସୂଚନା। ତେବେ ଏନେଇ ‘ମୋ ପାଖରେ କୌଣସି ସୂଚନା ନାହିଁ’ କହିଲେ ଦୂତୀ।ସେ କହିଛନ୍ତି ଯେ, ମୁଁ ଡୋପ ଟେଷ୍ଟରେ ବିଫଳ ହୋଇଛି ଏବଂ ମୋତେ ନିଲମ୍ବିତ କରାଯାଇଛି ବୋଲି ଲେଖାଥିବା ଚିଠିଟି ମିଛ। ମୋତେ ବଦନାମ କରିବା ପାଇଁ ଏଭଳି ଚିଠି ଭାଇରାଲ କରାଯାଉଛି। ଚିଠିରେ ନାଡାର ମେମୋ ନମ୍ବର ନାହିଁ କି କାହାର ଦସ୍ତଖତ ମଧ୍ୟ ନାହିଁ। ‌ମୋଟାମୋଟି ଯେଉଁ ଚିଠି ଆଧାରରେ ଖବର କରାଯାଇଛି ତାହା ଫେକ୍ ବୋଲି ଦୂତୀ ଯୁକ୍ତି ବାଢ଼ିଛନ୍ତି। ଡୋପ ଟେଷ୍ଟରେ ଫଳାଫଳ ପଜିଟିଭ ଆସିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରୀକ୍ଷାର ଫଳକୁ ଦେଖି ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି ବୋଲି ପିଟିଆଇ ସୂଚନା ଦେଇଛି। ୱାଡା ତାଙ୍କୁ ନିଲମ୍ବିତ କରିଛି। ତେବେ ଏସୀୟ କ୍ରୀଡା ପୂର୍ବରୁ ଭାରତ ପାଇଁ ବଡ ଝଟକା ଲାଗିଛି କହିଲେ ଭୁଲ ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: