ବିଚିତ୍ର ଚୋର, ରାତାରାତି ପୁରା ରେଳ ଧାରଣା ଚୋରେଇ ନେଲା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅନେକ ସମୟରେ ବିଭିନ୍ନ ପ୍ରକାରର ଚୋରି ଘଟଣା ସମ୍ନାକୁ ଆସିଥାଏ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିଏ। ବିହାରରୁ ଏବେ ସେମିତି ଏକ ଅଦ୍ଭୁତ ଚୋରି ଘଟଣା ସମ୍ନାକୁ ଆସିବା ସହ ଲୋକଙ୍କୁ ଚକିତ କରୁଛି। ଏଠାରେ ରାତାରାତି ୨ କିଲୋମିଟର ରେଳ ଧାରଣା ଚୋରି କରିନେଇଛନ୍ତି ଚୋର । ଏହି ଘଟଣା ମଧୁବନୀର ପେଣ୍ଡାଲ ଥାନା ଅଞ୍ଚଳରେ ଲୋହଟ ଚିନି ମିଲ୍‌ରେ ଦେଖିବାକୁ ମିଳିଛି । ଚିନି ମିଲ୍‌ ବନ୍ଦ ହେବା ପରେ ମାଲଗାଡି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା । ଆଉ ଚୋରକୁ ଏହି ରେଳଲାଇନ ଚୋରାଇ ନେବାରେ ସୁବିଧା ହୋଇଥିଲା । ଚୋର ଜଣକ ରାତାରାତି ରେଳଲାଇନ ଚୋରାଇ ବିକ୍ରି ମଧ୍ୟ କରିଦେଇଛି । ଆଉ କୋଟି କୋଟି ଟଙ୍କାର ରେଳ ଲାଇନକୁ ଚୋର ଚୋରି କରିନେବା କଥା ଜଣା ପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସକାଳ ପାଇବା ବେଳକୁ ସମ୍ପୂର୍ଣ୍ଣ ୨ କିମିର ରେଳଧାରଣା ଚୋରି ହୋଇଯାଇଥିଲା । ତେବେ ଏହି ଚୋରି ପଛରେ ଅନେକ ରେଳ ଅଧିକାରୀଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି । ଘଟଣାଟି ସମ୍ନାକୁ ଆସିବା ପରେ ଝଞ୍ଝାରପୁର ଷ୍ଟୋସନର ଆରପିଏଫ ପ୍ରଭାରୀ ଏବଂ ମଧୁବନୀ ଷ୍ଟେସନର ରେଳ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର ଯାଞ୍ଚ ପାଇଁ ଅନେକ ବରିଷ୍ଠ ଅଧିକାରୀଙ୍କ ଟିମ୍‌ ମଧ୍ୟ ଗଠିତ ହୋଇଛି ।

ଏହି ରେଳ ଟ୍ରାକକୁ ପୂର୍ବ ମଧ୍ୟ ରେଳବାଇ ୯ ବର୍ଷ ପୂର୍ବେ ବିଛାଇଥିଲା । କିନ୍ତୁ ମିଲ୍‌ ବନ୍ଦ ହେବା ଯୋଗୁଁ ଏହି ଟ୍ରାକରେ କୌଣସି ଟ୍ରେନ ଚାଲୁନଥିଲା । ଏହି ରେଳ ଧାରଣାକୁ ନିଲାମୀ ପାଇଁ ଡକାଯାଇଥିଲା। କିନ୍ତୁ ନିଲାମୀ ହେବା ପୂର୍ବରୁ ୨ କିମି ଯାଏଁ ରେଳ ଧାରଣାକୁ ଚୋରାଇ ନେଇଛି ଚୋର । ତେବେ କିଛି ଅଧିକାରୀଙ୍କ ସହାୟତାରେ ରେଳଧାରଣା ଚୋରି ହୋଇଥିବା କୁହାଯାଉଛି।ଆରପିଏଫ ପକ୍ଷରୁ ରେଳଧାରଣା ଚୋରି ମାମଲାରେ ଏଫଆଇଆର ଦାଏର କରାଯାଇଛି। ଏହାସହିତ ମାମଲାରେ ଝାଞ୍ଝରପୁର ରେଳ ଷ୍ଟେସନର ଆଉଟପୋଷ୍ଟ ପ୍ରଭାରୀ ଶ୍ରୀନିବାସ ଏବଂ ମଧୁବନୀ ଷ୍ଟେସନରେ ଡ୍ୟୁଟିରେ ଥିବା ଆରପିଏଫ ମୁକେଶ ସିଂଙ୍କୁ ସସପେଣ୍ଡ କରାଯାଇଛି । ତେବେ ଏହା ପୂର୍ବରୁ ବିହାରରେ ସମ୍ପୂର୍ଣ୍ଣ ମୋବାଇଲ୍ ଟାୱାର ଚୋରି ଘଟଣା ସମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *