ଗୀତମାଲା ତାଙ୍କୁ ଦେଇଥିଲା ଅନନ୍ୟ ପରିଚୟ

ଗୀତମାଲା ତାଙ୍କୁ ଦେଇଥିଲା ଅନନ୍ୟ ପରିଚୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରେଡିଓ ଜଗତରେ ଏକ ଯୁଗର ଅବସାନ । ଆଉ ନାହାନ୍ତି ଅଲ୍ ଇଣ୍ଡିଆ ରେଡିଓର ସେହି ଲୋକପ୍ରିୟ କାର୍ଯ୍ୟକ୍ରମ ବିକାନା ଗୀତମାଲାର ଲୋକପ୍ରିୟ ଉପସ୍ଥାପକ ଅମିନ୍ ସାୟନି । ଅନେକ ଦିନ ହେଲା ରେଡିଓରେ Namaskar behno aur bhaiyon, main aapka dost Ameen Sayani bol raha hoon, ଶୁଣିବାକୁ ମିଳୁ ନଥିଲା । କିନ୍ତୁ ଯେଉଁମାନେ ଅମିନ୍ ସାୟନିଙ୍କ ଉପସ୍ଥାପନା ଶୁଣିଛନ୍ତି, ସେମାନଙ୍କ ମନ ଭିତରେ ଏହା ପ୍ରତିଧ୍ବନିତ ହେଉଥିଲା । କିନ୍ତୁ ଏବେ ସେହି ପ୍ରବାଦ ଉପସ୍ଥାପକ ଆଉ ଏ ଇହଧାମରେ ନାହାନ୍ତି । ମଙ୍ଗଳବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।


ହୃଦଘାତର ଶିକାର ହେବା ପରେ ତୁରନ୍ତ ଅମିନ ସାୟନିଙ୍କୁ ମୁମ୍ବାଇସ୍ଥିତ HN ରିଲାଏନ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୨୧ ମସିହା ଡିସେମ୍ବର ୨୧ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଅମିନ ସାୟନି । ୧୯୫୦ ଦଶକରୁ ଅଲ୍ ଇଣ୍ଡିଆ ରେଡିଓରେ ଉପସ୍ଥାପକ ଥିଲେ ସେ । ୧୯୫୨ରେ ଅଧ ଘଣ୍ଟିଆ ବିକାନା ଗୀତମାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମରୁ ହିଁ ଏହାର ଉପସ୍ଥାପକ ଥିଲେ ଅମିନ ସାୟନି । ପରେ ଗୀତମାଳା କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରାଯାଇ ହିଟ୍ ପରେଡ୍ ଏବଂ ସିବାକା ଗୀତମାଲା ରଖାଯାଇ ଥିଲା । କିନ୍ତୁ ଉପସ୍ଥାପକ ଥିଲେ ଅମିନ ସାୟନି । କହିବାକୁ ଗଲେ ଗୀତମାଲା ଓ ଅମିନ ସାୟନି ଉଭୟେ ପରସ୍ପରର ପରିପୂରକ ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: