ପରିଣୀତିଙ୍କ ବାହାଘର ପାଇଁ ସ୍ବାମୀ ଝିଅଙ୍କ ସହ ଭାରତ ପହଞ୍ଚିଲେ ପ୍ରିୟଙ୍କା!

ପରିଣୀତିଙ୍କ ବାହାଘର ପାଇଁ ସ୍ବାମୀ ଝିଅଙ୍କ ସହ ଭାରତ ପହଞ୍ଚିଲେ ପ୍ରିୟଙ୍କା!

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡାଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଛି । ପରିଣୀତି ଚୋପ୍ରା ଏବଂ ରାଘବ ରାଘବ ଚଡ୍ଡାଙ୍କ ବିବାହର ଗୁଜବ ଏବେ ପ୍ରଶଂସକଙ୍କ ପାଇଁ ସତ୍ୟ ମନେ ହେଉଛି। ତେବେ ଏହି ବିବାହ ଗୁଜବ ଖବର ମଧ୍ୟରେ ପରିଣୀତି ଚୋପ୍ରାଙ୍କ ଭଉଣୀ ତଥା ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା, ତାଙ୍କ ସ୍ୱାମୀ ହଲିଉଡ ଗାୟକ ନିକ ଜୋନାସଙ୍କ ଏବଂ ଝିଅ ମାଲ୍‌ତୀଙ୍କୁ ନେଇ ପ୍ରଥମ ଥର ପାଇଁ ତାଙ୍କ ବାପ ଘରେ ପହଞ୍ଚିଛନ୍ତି। ଶୁକ୍ରବାର ମୁମ୍ବାଇର ଘରୋଇ ବିମାନବନ୍ଦରରେ ତାଙ୍କ ପରିବାର ସହିତ ସେ ନଜର ଆସିଥିଲେ। ପ୍ରିୟଙ୍କା ଏବଂ ନିକ ଭାରତରେ ପହଞ୍ଚିବା ପରେ ପ୍ରଶଂସକଙ୍କ ମଧ୍ୟରେ ପରିଣୀତି ଏବଂ ରାଘବଙ୍କ ବିବାହକୁ ନେଇ ଚର୍ଚ୍ଚା ଅଧିକ ଜୋର ଧରିଛି। ପ୍ରିୟଙ୍କା ଏବଂ ନିକ ପାପାରାଜିଙ୍କ ସାମ୍ନାରେ ବହୁତ ପୋଜ୍ ଦେଇଥିଲେ ମଧ୍ୟ । ସେ ସମସ୍ତଙ୍କୁ ଝିଅ ମାଲ୍‌ତୀଙ୍କ ଦ୍ଵାରା ହେଲୋ ମଧ୍ୟ କହିଥିଲେ ।

ତେବେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାମିଲ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଉପଭୋକ୍ତାମାନେ ଛୋଟ ମାଲ୍‌ତୀ ମ୍ୟାରୀଙ୍କୁ ବହୁତ ଭଲପାଇବା ଦେଉଛନ୍ତି । ପ୍ରିୟଙ୍କା ଏବଂ ନିକଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ପୁଣି ଥରେ କହିବା ଆରମ୍ଭ କରିଛନ୍ତି ଯେ ପରିଣୀତି ଏବଂ ରାଘବଙ୍କ ବିବାହ ଖବର ନିଶ୍ଚିତ ଗୁଜବ ନୁହେଁ। ମିଡିଆ ତାଙ୍କୁ ଘେରି ଯାଇ ଅନେକ ପ୍ରଶ୍ନ ପଚାରିଥିଲା । ତେବେ ଏସବୁ ଭିତରେ କେତେଜଣ ଗଣମାଧ୍ୟମ ପ୍ରତିନିଧି ପରିଣୀତି ଓ ରାଘବଙ୍କ ବିବାହ ବିଷୟରେ ପ୍ରଶ୍ନ କରିଥିଲେ। ପରିଣୀତିଙ୍କ ବାହାଘର ପାଇଁ ଆସିଛନ୍ତି କି ବୋଲି ପ୍ରିୟଙ୍କାଙ୍କୁ ଅନେକ ପ୍ରଶ୍ନ ପାରିଥିଲେ ମଧ୍ୟ ସେ ଏହାର କୌଣସି ଉତ୍ତର ଦେଇ ନଥିଲେ । ତେବେ ପ୍ରିୟଙ୍କାଙ୍କ ଭାରତ ଆଗମନ ପରିଣୀତି ଓ ରାଘବଙ୍କ ବିବାହ ପାଖେଇ ଆସିଛି ବୋଲି ସୂଚାଉଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: