ହକି ବିଶ୍ବକପ: ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ଦଳ

ହକି ବିଶ୍ବକପ: ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ଦଳ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ହକି ଇଣ୍ଡିଆ ପୁରୁଷ ଟିମ୍‌ । ଭୁବେନଶ୍ବରରେ ହକି ବିଶ୍ବକପ ଖେଳିବା ପାଇଁ ଆସିଲେ ଖେଳାଳି ଆଜି ରାଜଧାନୀରେ ଭାରତୀୟ ପୁରୁଷ ହକି ଦଳ ପହଞ୍ଚିଛି । FIH ପୁରୁଷ ହକି ବିଶ୍ବକପ ପାଇଁ ଭୁବେନେଶ୍ବରରେ ପହଞ୍ଚିଛନ୍ତି ଟିମ୍ । ହରମନପ୍ରୀତଙ୍କ ନେତୃତ୍ବରେ ଦଳରେ ଅଛନ୍ତି ୧୮ ଜଣ ଖେଳାଳି । ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ ମଧ୍ୟ ଦଳ ସହ ଆସିଛନ୍ତି । ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ । ରାଉରକେଲାରେ ଅଭ୍ୟାସ କରିବ ଦଳ ।

ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି । ଅମିତ ରୋହି ଦାସଙ୍କ ସହ ଟିମରେ ସ୍ଥାନ ପାଇଛନ୍ତି ନୀଲମ ସଞ୍ଜୀପ । ଅମିତ ରୋହି ଦାସ ଉପଅଧିନାୟକ ଦାୟିତ୍ବ ତୁଲାଇବେ । ସନ୍ଧ୍ୟା ସୁଦ୍ଧା ଦଳ ରାଉରକେଲାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିିଛି । ଜାନୁଆରୀ ୧୩ ତାରିଖରେ ପ୍ରଥମ ଦିନ ସ୍ପେନ୍‌ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ୧୫ରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଏବଂ ୧୯ରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଦଳ । ଭୁବନେଶ୍ଵରରୁ ସିଧାସଳଖ ହୋଟେଲକୁ ଯାଇ ବିଶ୍ରାମ ନେବା ପରେ ପୁଣି ରାଉରକେଲା ଅଭିମୁଖେ ବାହାରିବ ଟିମ । ଅପରାହ୍ନ ୪ଟା୧୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲା ପରେ ରାଉରକେଲା ଯିବ ଦଳ । ସେଠାରେ ବିଶ୍ୱକପ ପାଇଁ ଅଭ୍ୟାସ ଆରମ୍ଭ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: