ସୌରଭ ଯୁବ ପ୍ରତିଭା ସମ୍ମାନ ପାଇଲେ ବିଶ୍ବରଂଜନ ଦାଶ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଶାରଦୀୟ ପୂଜା ଅବସରରେ ସାହିତ୍ୟ ସଂସ୍କୃତିର ପରିଭାଷା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ସୌରଭ ଉନ୍ମୋଚିତ ହୋଇଯାଇଛି। ରବିବାର ଅପରାହ୍ନରେ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଉଦଘାଟନ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ବିପ୍ର ଆଚାର୍ଯ୍ୟ କରିଥିବା ବେଳେ ଏଥିରେ ଅନେକ କବି,ସାହିତ୍ୟିକ,ବୁଦ୍ଧିଜୀବୀ ଯୋଗ ଦେଇଥିଲେ ଅତିଥି ଭାବେ।

ଏହି ଅବସରରେ ଶାରଦୀୟ ସୌରଭ ସମ୍ମାନ ପ୍ରଫେସର ଉତ୍ତମ ଜେନା ଓ ଡା.ରାଜେନ୍ଦ୍ର କୁମାର ବେହେରାଙ୍କୁ ମିଳିଥିବା ବେଳେ ସୌରଭ ଯୁବ ପ୍ରତିଭା ସମ୍ମାନ ବିଶ୍ବରଂଜନ ଦାଶ,ଦୀପିକା ଦାଶ,ରାଧାମୋହନ ପାଣିଗ୍ରାହୀ,ଜ୍ଞାନେନ୍ଦ୍ର ପଣ୍ଡା, ସତ୍ୟ ରଞ୍ଜନ ପ୍ରହରାଜ,ପ୍ରଶାନ୍ତ କୁମାର ପ୍ରଧାନ, ତୃପ୍ତି ରଞ୍ଜନ ଦାଶ, ନିହାର ରଞ୍ଜନ ପରିଡ଼ାଙ୍କୁ ଦିଆଯାଇଥିଲା। ଏହି ଅବସରରେ ଓଡ଼ିଆ ସାହିତ୍ୟ ସହ କବି ଓ କବିତାର ମର୍ମ ବୁଝାଇଥିଲେ ଉପସ୍ଥିତ ଅତିଥିମାନେ।

Leave a Reply

Your email address will not be published. Required fields are marked *