‘ଭୂଆଁ ବୁଲାଉଛନ୍ତି ବାବା ରାମଦେବ’

‘ଭୂଆଁ ବୁଲାଉଛନ୍ତି ବାବା ରାମଦେବ’

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ପ୍ରଡକ୍ଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ବିଶେଷକରି ପତଞ୍ଜଳି କମ୍ପାନି, ନିଜର ଆୟୁର୍ବେଦିକ ଔଷଧର ବିଜ୍ଞାପନ ଯେଉଁଭଳି ଭାବରେ କରୁଛି, ତାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କାହିଁକି କେନ୍ଦ୍ର ସରକାର ଆଖି ବୁଜି ବସିଛନ୍ତି ? ବିଜ୍ଞାପନ ଜରିଆରେ ସାରା ଦେଶକୁ ଭୂଆଁ ବୁଲା ଯାଉଥିବା ବେଳେ କାହିଁକି ବାବା ରାମଦେବଙ୍କ ପତଞ୍ଜଳି କମ୍ପାନି ଉପରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସର୍ବୋଚ୍ଚ କୋର୍ଟ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ତୁରନ୍ତ ଆକ୍ସନ ନେବାକୁ କୋର୍ଟ କହିଛନ୍ତି । ଏଥି ସହିତ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ପତଞ୍ଜଳି କମ୍ପାନି, ତାର ଆୟୁର୍ବେଦୀୟ ଔଷଧ ସଂକ୍ରାନ୍ତ ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାପନରେ ପତଞ୍ଜଳି କମ୍ପାନି ତାର ଆୟୁର୍ବେଦୀୟ ଔଷଧକୁ ସର୍ବାଗ୍ରେ ରଖିଥିବା ବେଳେ ଆଲୋପାଥିକ ଓ ଏହାର ଡାକ୍ତରଙ୍କୁ ସମ୍ପୂର୍ଣ୍ଣ ନ୍ୟୁନ କରି ଦେଇଛି । ଲାଗୁଛି ରୋଗର ନିଦାନ ପାଇଁ କେବଳ ପତଞ୍ଜଳି ଆୟୁର୍ବେଦୀୟ ଔଷଧ ହିଁ ଠିକ୍, ଆଉ ସବୁ ଭୁଲ୍ । ଏହା କେମିତି ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ପତଞ୍ଜଳି କମ୍ପାନିର ବିଭିନ୍ନ ବିଜ୍ଞାପନକୁ ନେଇ ଭାରତୀୟ ମେଡିକାଲ୍ ସଂଘ ଏକାଧିକ ଆପତ୍ତି ଉଠାଇଥିଲା । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: