ଏମିତି ସହଜରେ ତିଆରି କରନ୍ତୁ ଶାହି ପନିର…

ଏମିତି ସହଜରେ ତିଆରି କରନ୍ତୁ ଶାହି ପନିର…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବହୁତ କମ ଲୋକ ଥିବେ ଯାହାକୁ ପନିର ପସନ୍ଦ ନଥାଏ । ପନିରରେ ଅନେକ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିହେବ। ଉଭୟ ଶାକାହାରୀ ଏବଂ ଅଣ ଶାକାହାରୀ ଲୋକ ପନିର ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ପନିରରେ ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହାଁନ୍ତି, ତେବେ ଆପଣ ଶାହି ପାନିର ତିଆରି କରନ୍ତୁ। ଆପଣ ଏହାକୁ ଉଭୟ ଧଳା ଏବଂ ନାଲି ଗ୍ରେଭିରେ ତିଆରି କରିପାରିବେ। ଆପଣ ଏହାକୁ ଘରେ କୌଣସି ପାର୍ଟି ବା ଅତିଥିଙ୍କ ପାଇଁ ରାନ୍ଧି ପାରିବେ। ତେବେ ଆସନ୍ତୁ ଜାଣିବା ଶାହି ପନିରର ସହଜ ରେସିପି:-

ବହୁତ କମ ଲୋକ ଥିବେ ଯାହାକୁ ପନିର ପସନ୍ଦ ନଥାଏ । ପନିରରେ ଅନେକ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିହେବ। ଉଭୟ ଶାକାହାରୀ ଏବଂ ଅଣ ଶାକାହାରୀ ଲୋକ ପନିର ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ପନିରରେ ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହାଁନ୍ତି, ତେବେ ଆପଣ ଶାହି ପାନିର ତିଆରି କରନ୍ତୁ। ଆପଣ ଏହାକୁ ଉଭୟ ଧଳା ଏବଂ ନାଲି ଗ୍ରେଭିରେ ତିଆରି କରିପାରିବେ। ଆପଣ ଏହାକୁ ଘରେ କୌଣସି ପାର୍ଟି ବା ଅତିଥିଙ୍କ ପାଇଁ ରାନ୍ଧି ପାରିବେ। ତେବେ ଆସନ୍ତୁ ଜାଣିବା ଶାହି ପନିରର ସହଜ ରେସିପି:-

ଆବଶ୍ୟକୀୟ ସମାଗ୍ରୀ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ଯାଏଁ ଭାଜନ୍ତୁ। ଏହାପରେ କଡ଼େଇରେ ପନିର, କଟା ଟମାଟୋ ଓ ଗ୍ରୀନ ମଟର ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପନିରରେ ପାଣି ମରିଯିବା ପରେ କସ୍ତୁରୀ ମେଥି, ଚିକେନ ମସଲା, କାଜୁ ବଟା ଓ ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଅଦା କୋରା ପକାନ୍ତୁ। ଏହାକୁ କଡ଼େଇରେ କିଛି ସମୟ ଫୁଟିବାକୁ ଦିଅନ୍ତୁ। କିଛ ସମୟ ଫୁଟିବା ପରେ ଘୋଡ଼ଣୀ କାଢିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାହି ପନିର। ଏହାକୁ ଆପଣ ରୁଟି, ପରଟା ଓ ଭାତ ସହିତ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: