ଗୋଟିଏ ନଡ଼ିଆର ଦାମ ସାଢେ଼ ଛଅ ଲକ୍ଷ, କଣ ରହିଛି ବିଶେଷତ୍ଵ ଜାଣନ୍ତୁ

ଗୋଟିଏ ନଡ଼ିଆର ଦାମ ସାଢେ଼ ଛଅ ଲକ୍ଷ, କଣ ରହିଛି ବିଶେଷତ୍ଵ ଜାଣନ୍ତୁ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭକ୍ତ ପାଇଁ ଭଗବାନ ଯେମିତି ସବୁ ଦେଇଦିଆନ୍ତି, ସେମିତି ଭକ୍ତଟିଏ ମଧ୍ୟ ସବୁ କିଛି ତା ପ୍ରଭୁଙ୍କ ପାଇଁ ସମର୍ପି ଦିଏ। ତେବେ କର୍ଣ୍ଣାଟକର ଜଣେ ଭକ୍ତଙ୍କ ଏବେ ବେଶ ଚର୍ଚ୍ଚା ହେଉଛି। ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର ମନ୍ଦିରରେ ପ୍ରଭୁ ମଲିମଙ୍ଗରାୟଙ୍କ ଗାଦିରେ ଥିବା ଏକ ନଡ଼ିଆ ପାଇଛନ୍ତି ସେ । ତେବେ ଏହି ଭାଗ୍ୟଶାଳୀ ନଡ଼ିଆ କିଣିବା ପାଇଁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ୬ ଲକ୍ଷ ୫୦ ହଜାର ଟଙ୍କା ଦେଇ ସେହି ନଡ଼ିଆ ଆଣିଛନ୍ତି। ମନ୍ଦିର କମିଟି ପକ୍ଷରୁ ଏହି ନଡିଆକୁ ଶ୍ରାବଣ ମାସର ଶେଷ ଦିନ ନିଲାମ କରାଯାଇଥିଲା ।

ନିଲାମରେ ଅନେକ ଭକ୍ତ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ବିଜୟପୁରା ଜିଲ୍ଲାର ଫଳ ବିକ୍ରେତା ମହାବୀର ହାରାକେଙ୍କ ବୋଲିର ନିକଟତର କେହି ହୋଇପାରିନଥିଲେ । ପ୍ରଭୁ ମଲିମଙ୍ଗରାୟ ମହାଦେବଙ୍କୁ ନଦୀର ଏକ ରୂପ ଭାବେ ବିବେଚନା କରାଯାଏ । ତାଙ୍କ ଗାଦିରେ ରଖାଯାଇଥିବା ଏହି ନଡ଼ିଆକୁ ଭକ୍ତମାନେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରନ୍ତି ।

ଏହି ନଡ଼ିଆକୁ ସ୍ୱର୍ଗୀୟ ବୋଲି ବିବେଚନା କରାଯାଏ। ଯଦି ଏହାକୁ କେହି ପାଇ, ତା’ଠୁ ଭାଗ୍ୟଶାଳୀ ଆଉ କେହି ନାହାଁନ୍ତି ବୋଲି କୁହାଯାଏ।ଦୀର୍ଘ ବର୍ଷ ହେବ ମନ୍ଦିର କମିଟି ଏହି ନଡ଼ିଆର ନିଲାମ କରି ଆସୁଛି । କିନ୍ତୁ ନିଲାମ କେବେ ବି ୧୦ ହଜାର ଟପିନଥିଲେ । ଚଳିତ ବର୍ଷ ଏହାର ମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଥର ବୋଲି ୧ ହଜାରରୁ ଆରମ୍ଭ ହୋଇ ସାଙ୍ଗେ ସାଙ୍ଗେ ୧ ଲକ୍ଷରେ ପହଞ୍ଚିଲା । ତା ପରେ ଜଣେ ଭକ୍ତ ୩ ଲକ୍ଷ ଟଙ୍କା ବୋଲି ଲଗାଇଲେ । ମନ୍ଦିର କମିଟି ନିଶ୍ଚିତ ହୋଇଗଲା ଯେ ନିଲାମ ଏହିଠାରେ ଶେଷ ହୋଇଯିବ । କାରଣ ଏହା ପୂର୍ବରୁ କେବେ ବି ନଡ଼ିଆର ମୂଲ୍ୟ ଏହି ସୀମା ଡେଇଁ ନଥିଲା । କିନ୍ତୁ ମହାବୀର ନଡ଼ିଆଟିକୁ ହାତେଇବାକୁ ହଠାତ ତାର ମୂଲ୍ୟ ଦୁଇଗୁଣ କରିଦେଲେ । ନଡ଼ିଆ ନିଲାମରୁ ମିଳିଥିବା ଅର୍ଥ ମନ୍ଦିର ବିକାଶ କାର୍ଯ୍ୟରେ ଲାଗିବ ବୋଲି କମିଟି କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: