ପେଙ୍ଗୁଇନ୍ସ ଏଲିଏନ! ମଳରେ ମିଳିଲା ଶୁକ୍ର ଗ୍ରହର ରସାୟନ ପଦାର୍ଥ

It has raised widespread speculations and questions about the origins of penguins because scientists are now struggling to explain how phosphine exists on Earth, 38 million miles away from Venus.

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବୈଜ୍ଞାନିକମାନେ ଏଲିଏନ ବା ଅନ୍ୟ ଗ୍ରହରେ ଜୀବର ଅସ୍ତିତ୍ବ ନେଇ ଦାବିକୁ କଦାପି ପ୍ରତ୍ୟାଖ୍ୟାନ କରୁନାହାନ୍ତି । ଏହାସହ ବୈଜ୍ଞାନିକମାନେ ପ୍ରାୟତଃ ଏଲିଏନମାନଙ୍କ ସନ୍ଧାନରେ ରହିଥାନ୍ତି। ଏହି କିଛି ବର୍ଷ ହେଲା ଏଲିଏନଙ୍କୁ ନେଇ ଗବେଷଣା ଜୋର୍ ଧରିଛି। ବର୍ତ୍ତମାନ ଏଲିଏନ୍ସ ଏବଂ ପେଙ୍ଗୁଇନ୍ସ ସହିତ ଜଡିତ ଏକ ନୂତନ ସିଦ୍ଧାନ୍ତ ପ୍ରକାଶ ପାଇଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।


ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପେଙ୍ଗୁଇନ୍ ପ୍ରକୃତରେ ଅନ୍ୟ ଗ୍ରହର ପ୍ରାଣୀ ହୋଇପାରନ୍ତୁ।ବୈଜ୍ଞାନିକମାନେ କହିଛନ୍ତି ଯେ ପେଙ୍ଗୁଇନ୍‌ର ମଳରୁ ଏପରି ରାସାୟନିକ ପଦାର୍ଥ ମିଳିଛି ଯାହାକି ଶୁକ୍ର ଗ୍ରହରେ ମିଳିଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ପେଙ୍ଗୁଇନ୍ ମଳରୁ ଫସଫାଇନ୍ ନାମକ ଏକ ରାସାୟନିକ ପଦାର୍ଥ ପାଇଛନ୍ତି, ଯାହା ଶୁକ୍ର ଗ୍ରହରେ ମିଳିଥାଏ। କିନ୍ତୁ ଶୁକ୍ର ଗ୍ରହ ଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ପୃଥିବୀ ରହିଥିବା ବେଳେ ଏହି ରାସାୟନିକ ପଦାର୍ଥ କିପରି ଏଠାକୁ ଆସିଲା ସେ ବିଷୟରେ ବୈଜ୍ଞାନିକମାନେ କୌଣସି ଉତ୍ତର ପାଇ ନାହାନ୍ତି।


ବୈଜ୍ଞାନିକମାନେ ବର୍ତ୍ତମାନ ଜେଣ୍ଟୁ ପେଙ୍ଗୁଇନମାନଙ୍କର ଜୀବନଶୈଳୀ ଉପରେ ଅନୁସନ୍ଧାନ କରିବେ କାରଣ ଏହି ପ୍ରଜାତିର ପେଙ୍ଗୁଇନଙ୍କ ମଳରୁ ଶୁକ୍ର ଗ୍ରହର ରାସାୟନିକ ପଦାର୍ଥ ମିଳିଛି। ଦକ୍ଷିଣ ଆଟଲାଣ୍ଟିକରେ ଥିବା ଫାଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜରେ ଏହି ପ୍ରଜାତିର ପେଙ୍ଗୁଇନ୍ ଦେଖାଯାନ୍ତି। ଲଣ୍ଡନର ଇମ୍ପେରିଆଲ୍ କଲେଜର ପ୍ରଫେସର ଡକ୍ଟର ଡେଭ୍ କ୍ଲେମେଣ୍ଟସ୍ କହିଛନ୍ତି ଯେ ଫସଫାଇନ୍ ମିଳିଛି ବୋଲି ସେ ବିଶ୍ୱାସ କରନ୍ତି, କିନ୍ତୁ ପୃଥିବୀରେ ଫସଫାଇନ୍ ତିଆରି ହେବା ମାଧ୍ୟମ କ’ଣ ତାହାର ଉତ୍ତର ତାଙ୍କ ପାଖରେ ନାହିଁ। ସେ କହିଛନ୍ତି ଯେ କିଛି ବ୍ୟୋକ୍ଟେରିଆ ଅଛନ୍ତି ଯାହା ଫସଫାଇନ୍ ତିଆରି କରନ୍ତି। ଏହି ଫସଫାଇନ୍ ପେଙ୍ଗୁଇନ୍ ର ମଳ ଏବଂ ପୋଖରୀ ନିକଟସ୍ଥ ଜଳାଶୟରେ ମିଳିଥାଏ। ଗତ ବର୍ଷ ଶୁକ୍ର ଗ୍ରହର ଗାମୁଟରେ ମଧ୍ୟ ସମାନ ରାସାୟନିକ ପଦାର୍ଥ ମିଳିଥିଲା। ବ୍ରିଟିଶ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପେଙ୍ଗୁଇନ୍ ଉପରେ ଗବେଷଣା କରି ଆମେ ଅନ୍ୟ ଗ୍ରହର ଜୀବ ବିଷୟରେ ମଧ୍ୟ ଜାଣିପାରିବା।

Leave a Reply

Your email address will not be published. Required fields are marked *