୧୨୨ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ମାର୍ଚ୍ଚର ଖରା

୧୨୨ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ମାର୍ଚ୍ଚର ଖରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ। ଗୁଳୁଗୁଳି ସହୁଛି ଦିଲ୍ଲୀ। କେବଳ ଦିଲ୍ଲୀ ନୁହଁ ବିଭିନ୍ନ ସ୍ଥାନରେ ଅନୂଭୁତ ହେଉଛି ଭୀଷଣ ଖରା। ରାଜ୍ୟର ବିଭିନ୍ନ ଜାଗାରେ ମଧ୍ଯ ତାପମାତ୍ରା ବଢି ଚାଲିଛି। ଏ ନେଇ ଆଇଏମଡି ଜାରି କରିଛି ଅରେଞ୍ଜ ୱାର୍ଣ୍ଣଂ ସତର୍କ ସୂଚନା। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ୪୧. 6 ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି ।

ବଡ଼ କଥା ହେଉଛି ୪୫ଡିଗ୍ରୀ ତାପମାତ୍ରା ରେକର୍ଡ କଲେ ହିଁ ହିଟ୍ ୱେଭ୍ ବୋଲି ଘୋଷଶା କରାଯାଏ । ରାଜଧାନୀରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଏଠାରେ ୪୧ ଡିଗ୍ରୀ ତାପମାତ୍ରାରେ ଜୀବନ ଏତେ ପ୍ରଭାବିତ ହୋଇଛି ଯେ, ଅସହ୍ୟ ହେଉଛି ଦୈନନ୍ଦିନ ଜୀବନ ଚର୍ଯ୍ୟା । ଦିଲ୍ଲୀରେ ବଢୁଥିବା ତାପମାତ୍ରା କାରଣରୁ ଆଜି ଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ କେନ୍ଦ୍ର ଦିଲ୍ଲୀ ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି । ଆସନ୍ତା ଦୁଇ ଦିନ ପାଇଁ ଜାତୀୟ ରାଜଧାନୀ ଅଞ୍ଚଳ ପାଇଁ ଏହି ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି ।

ଆଇଏମଡିର ଆକଳନ ଅନୁସାରେ ଏହି ଦୁଇ ଦିନ ସିଭିୟର ହିଟୱେଭ୍ ର ସମ୍ମୁଖିନ ହେବେ ରାଜଧାନୀ ବାସୀ । ଏଠାରେ ରବିବାର ଏବଂ ସୋମବାର ଦିନ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରହିବ । କେବଳ ଦିଲ୍ଲୀ କାହିଁକି ଉତ୍ତର ଭାରତର ଅନେକ ରାଜ୍ୟରେ ଏହି ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ । ଏପ୍ରିଲ ଶେଷ ସପ୍ତାହ ଯାଏ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ତୁଳନାରେ ଏପ୍ରିଲରେ ମୁଣ୍ଡଫଟା ଖରା ସହ୍ୟ କରିବାକୁ ବାଧ୍ୟ ହେବେ ଲୋକେ । ଏଣୁ ସତର୍କ ଓ ସଚେତନ ହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଗତକାଲି ଦିଲ୍ଲୀର ଅନେକ ସ୍ଥାନରେ ଏହି ହିଟ୍ ୱେଭ୍ ପ୍ରବାହିତ ହୋଇଥିଲା । ଏହି ସବୁ ସ୍ଥାନରେ ପାରଦ ୪୧.୬ ରହିଥିଲା । ଦିନର ସାଧାରଣ ତାପମାତ୍ରା ଠାରୁ ଏହା ୭ ପ୍ରତିଶତ ଅଧିକା ଯାହା ବିପଦପୂର୍ଣ୍ଣ ବୋଲି ମନେ କରାଯାଉଛି ।

ପୂର୍ବ ବର୍ଷ ତୁଳନା ଅନୁସାରେ ଏହି ବର୍ଷ ଖରାର ପ୍ରକୋପ ବଢ଼ିବା ବେଶ୍ ଚିନ୍ତାଜନକ । ଦିଲ୍ଲୀର ସଫଦରଗଞ୍ଜ, ମୁଙ୍ଗେସପୁର, ନଜଫଗଡ଼, ପିତାମ୍ପୁରା, ସ୍ପୋର୍ଟ୍ସ କମ୍ଲେକ୍ସ ଅଞ୍ଚଳରେ ତାତିର ପ୍ରକୋପ ବଢିଛି । ଚଳିତ ବର୍ଷ ଭାରତ ଦେଖିଛି ସବୁଠୁ ଖରା । ୧୨୨ବର୍ଷର ରେକର୍ଡ ଭାଙ୍ଗିଛି ୨୦୨୨ ମାର୍ଚ୍ଚର ଖରା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: