କୁଛ୍ ତୋ ଲୋଗ କହେଙ୍ଗେ: ଶଶୀ ଥରୁର୍, ଭିଡିଓ ହେଲା ଭାଇରାଲ

କୁଛ୍ ତୋ ଲୋଗ କହେଙ୍ଗେ: ଶଶୀ ଥରୁର୍, ଭିଡିଓ ହେଲା ଭାଇରାଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: କୁଛ୍ ତୋ ଲୋଗ କହେଙ୍ଗେ, ଲୋଗୋକେ କାମ ହେ କେହେନା। ଆପଣ ନିଶ୍ଚୟ ଭାବୁଥିବେ ୧୯୭୨ ମସିହାର ‘ଅମର ପ୍ରେମ୍’ ସିନେମାର ଗୀତକୁ ଗାଇ ଚର୍ଚ୍ଚାକୁ ଆସିଥିଲେ କିଶୋର କୁମାର। କିନ୍ତୁ ଏବେ ଏହି ଗୀତକୁ ନେଇ ପୁଣିଥରେ ଚର୍ଚ୍ଚା। ତେବେ କେଉଁ ସିନେ ଅଭିନେତା କି ଅଭିନେତ୍ରୀ ନୁହେଁ। କଂଗ୍ରେସ ସାଂସଦ ଶଶୀ ଥରୁର୍ ଏହାକୁ ନେଇ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଘୁରି ବୁଲୁଛି ସଂସଦ ଚାଲିଥିବା ସମୟରେ ତାଙ୍କର ଏକ ଭିଡିଓ। ସେ ଅଧିକାଂଶ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି। ତାହା ପୁଣି କୌଣସି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟକୁ ନେଇ ନୁହଁ । ସଂସଦରେ ଫରକ ଅବଦୁଲ୍ଲା ମତ ଉପସ୍ଥାପନା ସମୟରେ ସେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ସହ କଥା ହେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଏ ମେନ ଉଇଲ ବି ମେନ ଲେଖିଛି ତ ଆଉ କିଏ କେତେ ପ୍ରତିକ୍ରିୟା ରଖିଛନ୍ତି। ଥରୁର ଏହି ଭିଡିଓରେ ପ୍ରତିଉତ୍ତର ଦେଇଛନ୍ତି, ଫରକ ସାହେବଙ୍କୁ ବ୍ୟାଘାତ ନ ହେବାକୁ ମୁଁ ଧିରେ ଧିରେ କଥା ହେଉଥିଲି। ସୁପ୍ରିୟା ମୋତେ ଏକ ପଲିସି ବିଷୟରେ ପଚାରୁଥିଲେ। ଏଥି ସହ କୁଛ୍ ତୋ ଲୋଗ କହେଙ୍ଗେ ଶଶୀ ଲେଖି ତାଙ୍କୁ ଟୁଇଟରରେ ମେନସନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: