ଶୀତରେ ଗ୍ରୀଷ୍ମର ଅନୁଭୂତି, ବଢୁଛି ରାତିର ତାପମାତ୍ରା

ଶୀତରେ ଗ୍ରୀଷ୍ମର ଅନୁଭୂତି, ବଢୁଛି ରାତିର ତାପମାତ୍ରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରୁ ଶୀତ ଉଭାନ୍‌ । ଶୀତଋତୁରେ ଗ୍ରୀଷ୍ମ ଉଷ୍ଣତା ଅନୁଭୂତ। ମଘରେ ବାଘ ଭଳି ଜାଡ ହୁଏ, କିନ୍ତୁ ମାଘ ପୂର୍ବରୁ ରାଜ୍ୟରୁ ଶୀତ ଗାଏବ । ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ପୁରୀରେ ସର୍ବାଧିକ ୨୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨, ଗୋପାଳପୁରରେ ୨୧.୫, ଖୋର୍ଦ୍ଧାରେ ରାତିର ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ଜଗତସିଂହପୁରରେ ୨୦.୧, ମାଲକାନଗିରିରେ ୨୦, କଟକ ଓ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି ।ଡିସେମ୍ବରର ପ୍ରଥମ ୨୭ ଦିନରେ ମାତ୍ର ୭ ଦିନ ଥଣ୍ଡା ଅନୁଭୂତ ହୋଇଛି। ଅବଶିଷ୍ଟ ୧୫ ଦିନ ଥିଲା ଉଷ୍ଣ ରାତି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ମେଡିଟେରିଆନ ସାଗରରେ ତୀବ୍ର ପଶ୍ଚିମା ଝଡ଼ ସୃଷ୍ଟି ନହେବା ଓ ରାଜ୍ୟରେ ଗୁରୁଚାପ ବଳୟର ନିଷ୍କ୍ରିୟତା ଓ ସାମୁଦ୍ରିକ ପବନର ପ୍ରବାହ ଯୋଗୁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହୋଇ ନାହିଁ ବୋଲି ଜଣା ପଡ଼ିଛି । ଜଳବାୟୁରେ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତିତ କରିଛି । ଅନ୍ୟପଟେ ଜାପାନ ଓ ଆମେରିକାରେ ଶୀତ ଲହର ସାଙ୍ଘାତିକ ହୋଇଛି। ଏହାସହ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: