ମଞ୍ଜୁଲତା ହେଲେ ଭୁବନେଶ୍ୱର ଡେପୁଟି ମେୟର

ମଞ୍ଜୁଲତା ହେଲେ ଭୁବନେଶ୍ୱର ଡେପୁଟି ମେୟର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟି ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟି ମେୟର ହେବା ସୁନିଶ୍ଚିତ ଥିଲା ।ମଞ୍ଜୁଲତା ଜଣେ ଉଚ୍ଚ ଶିକ୍ଷିତ ମହିଳା ସେ ରାଜନୀତି ବିଜ୍ଞାନରେ ଏମ.ଏ କରିଛନ୍ତି । ପ୍ରଥମ ଥର ପାଇଁ ନବନିର୍ବାଚିତ ହୋଇ ବିପୁଳ ବେବିଧାନରେ ବିଜୟ ଲାଭ କରିଛନ୍ତି । କଟକ, ଭୁବନେଶ୍ୱର ମହାନଗର ନିଗମର ର ଉନ୍ନତି ଦାୟିତ୍ୱ ଚିରାଚରିତ ଢଙ୍ଗରୁ ଟିକେ ହଟି ସାଧାରଣ ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱାସ ରଖିଛନ୍ତି ।କଟକରେ ଦମୟନ୍ତି ସିଏମସି ସର୍ବ କନିଷ୍ଠା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ସେ କଟକ ୪୯ ନଂ ଓ୍ବାର୍ଡରୁ ବିଜେଡି ଟିକେଟ ପାଇ କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ। ଦମୟନ୍ତି ଜଣେ ଆଦିବାସୀ ଯୁବତୀ । ସେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ବାଣିଜ୍ୟ ବିଭାଗ ପିଜି ଶେଷ ବର୍ଷ ଛାତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା ରଖି ସିଏମସି ଡେପୁଟି ମେୟର ପଦବୀ ତାଙ୍କୁ ପ୍ରଦାନ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: