ରାଜ୍ୟରେ ଖସୁଛି ପାରଦ ବଢିବ ଶୀତ

ରାଜ୍ୟରେ ଖସୁଛି ପାରଦ ବଢିବ ଶୀତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ବଢିବ ଶୀତ। ଆଗାମୀ ୨୪ ଘଣ୍ଟା ପରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଖସିବ ରାତ୍ରି ତାପମାତ୍ରା ବଢିବ ଶୀତର ପ୍ରକୋପ। ଶୀତର ପ୍ରକୋପ ବଢିବା ସହିତ ରାଜ୍ୟରେ ଥଣ୍ଡା ଅନୁଭୁତ ହେବ । ଭୁବନେଶ୍ଵର ଓ କଟକ ରେ ୧୬ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ୬ ତାରିଖରୁ ରାଜ୍ୟରେ ଶୀତ ବଢିବ। ଶୀତ ବଢିବା ନେଇ ବିଭିନ୍ନ ଜିଲ୍ଲା ଅଧିକାରୀଙ୍କୁ ସତର୍କ କରାଯାଇଛି। ଏହାସହ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଭାରତରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିବ । ବର୍ତ୍ତମାନ ଏହି କୁହୁଡିର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦୃଶ୍ୟମାନ ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: