ଦାୟିତ୍ୱହୀନ ଜନତା, କରୋନା ଟ୍ୟୁନ୍ ରେ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ

ଦାୟିତ୍ୱହୀନ ଜନତା, କରୋନା ଟ୍ୟୁନ୍ ରେ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଚାଲିଛି ମଉଜ । ଡିଜେର ତାଳେ ତାଳେ ମତୁଆଲା ହୋଇ ନାଚୁଛନ୍ତି ସମସ୍ତେ । କୌଣସି ହଟ୍ ଗୀତ ନୁହେଁ, କରୋନା ସଚେତନତା ପାଇଁ ସରକାର ବନେଇଥିବା କରୋନା ଟ୍ୟୁନ୍ରେ ଏହି ନାଚର ଆସର ଜମିଛି । ଲୋକମାନେ ଏପରି ଦାୟିତ୍ବହୀନ ହୋଇ ନାଚୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଯେ କେହି ବି ଦେଖିବ କ୍ରୋଧରେ କମ୍ପିବ ନିଶ୍ଚେୟ ।

ଆଇପିଏସ୍ ଅଧିକାରୀ ସନ୍ତୋଶ ସିଂହ ଏହି ଭାଇରାଲ୍ ଭିଡିଓକୁ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ‘ବିଡ଼ମ୍ବନା’ । ଆଇପିଏସ୍ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଭିଡିଓରେ ଦେଖିବାକୁ ମିଳେ ଯେ, ଲୋକମାନେ ଡିଜେର ତାଳେ ତାଳେ ନାଚୁଛନ୍ତି । ତା’ପରେ ଗୀତ ବନ୍ଦ ହୋଇ କରୋନା ଟ୍ୟୁନ୍ ବାଜିବା ଆରମ୍ଭ କରେ | ସେତେବେଳେ ଲୋକମାନେ ପୁଣି ନାଚିବା ଆରମ୍ଭ କରନ୍ତି | କରୋନା ଟ୍ୟୁନର ଜଣେ ମହିଳା କୁହନ୍ତି, ‘ଆଜି ସମଗ୍ର ଦେଶ କରୋନା ଭାଇରସ୍ କିମ୍ବା କୋଭିଡ -୧୯ ସହିତ ଲଢୁଛି ।  କିନ୍ତୁ ମନେରଖନ୍ତୁ, ଆମକୁ ରୋଗୀ ନୁହେଁ, ରୋଗ ବିରୁଦ୍ଧରେ ଲଢ଼ିବାକୁ ପଡିବ |ହେଲେ ଏକି କଥା ମର୍ମ ନ ବୁଝି ଏମାନେ ଏପରି ଅସଭ୍ୟଙ୍କ ପରି ନାଚରେ ମସଗୁଲ୍ ହୋଇଛନ୍ତି । ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏବଂ ସଂପୃକ୍ତ ଲୋକମାନଙ୍କୁ ନିନ୍ଦା କରିବା ସହ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

   ଏଠାରେ କହିରଖୁଛୁ, ଭାରତରେ କରୋନା ଭାଇରସ୍ ମାମଲା ଅଣଆୟତ୍ତ । ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ଆସୁଛି। ଲୋକମାନେ ନିୟମକୁ କଠୋର ଭାବରେ ପାଳନ କରୁଛନ୍ତି | ହେଲେ କିଛି ଲୋକ ଅଛନ୍ତି, ଯେଉଁମାନେ ନିୟମ ଭାଙ୍ଗି ବିପଦକୁ ଆହୁରି ବଢ଼ାଉଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: