ବଢୁଛି କରୋନା: ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ବଢୁଛି କରୋନା: ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ ପୁଣି ଥରେ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଏଣିକି କରୋନା ଟେଷ୍ଟ ବାଧ୍ୟତା ମୂଳକ ହୋଇଛି । ଭାରତ ବାହାରେ ରହୁଥିବା ଲୋକମାନେ ଦେଶକୁ ଫେରିଲେ ଏଣିକି ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ । ସମ୍ପୃକ୍ତ ଲୋକଙ୍କ ଲକ୍ଷଣ କିମ୍ବା ଟେଷ୍ଟ ପଜିଟିଭ୍‌ ଆସିଲେ କ୍ୱାରେଣ୍ଟାଇନରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଏଣିକି କରୋନା ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି । ବିଶେଷ କରି ଚୀନ, ଜାପନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ କୌଣସି ବ୍ୟକ୍ତି ଆସିଲେ ଟେଷ୍ଟ ବାଧ୍ୟତା ମୂଳକ ହୋଇଛି । କାରଣ ଏହି ଦେଶ ଗୁଡ଼ିକରେ କରୋନା ବର୍ତ୍ତମାନ ତାର କାୟା ବିସ୍ତାର କରିଛି ।

ସଂପୃକ୍ତ ଦେଶରୁ ଆସିଥିବା ବ୍ୟକ୍ତି ମାନେ ‘ଏୟାର ସୁବିଧା’ ଫର୍ମ ପୂରଣ କରିବାକୁ କୁହାଯାଇଛି । ‘ଏୟାର ସୁବିଧା’ ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ ବୋଲି କୁହାଯାଇଛି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି ।ଏହା ବ୍ୟତୀତ କରୋନା ଲହର ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ବର୍ତ୍ତମାନ ଦେଶରେ କରୋନା ମାମଲା ଅଳ୍ପ ଚିହ୍ନଟ ହେଉଥିଲେ ମଧ୍ୟ ସଜାଗ ରହିବାକୁ ପଡ଼ିବ ବୋଲି କୁହାଯାଇଛି । ଡାକ୍ତରଖାନା ଗୁଡ଼ିକରେ ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭବିଷ୍ୟତରେ କିଛି ଚ୍ୟାଲେଞ୍ଜ ଆସିଲେ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ରାଜ୍ୟ ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି । ତାହା ସହ ଅକ୍ସିଜେନ ଯୋଗାଣ ଓ ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: