କରୋନା ଟିକା ବଢ଼ାଉଛି ହୃଦରୋଗ!

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ଟିକାକୁ ନେଇ ଆସିଲା ଚାଞ୍ଚଲ୍ୟକର କଥା। ସୋସିଆଲ ମିଡିଆରେ ଏକ ଆତଙ୍କଜନକ ଖବର ଦେଖିବାକୁ ମିଳିଛି । କୋଭିଡ ଭ୍ୟାକସିନ ହୃଦରୋଗର କାରଣ ହେଉଛି ବୋଲି ଅନେକ ଦାବି କରିଛନ୍ତି । ଖାଲି ସେତିକି ନୁହେଁ କୋଭିଡ୍ ଟିକା ହୃଦଘାତ କରାଉଛି ବୋଲି ଅନେକ କହିଛନ୍ତି। କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ନେବା ଜରୁରୀ ହୋଇଥିବା ବେଳେ ଏଭଳି ଏକ ଖବର ଅନେକଙ୍କ ମନରେ ଆଶଙ୍କା ଭରି ଦେଇଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଖବର ସବୁଠୁ ଭୟଙ୍କର ହେଉଛି ବୁଷ୍ଟର ଡୋଜକୁ ନେଇ । ଲୋକଙ୍କ କହିବା ଅନୁଯାୟୀ, ବୁଷ୍ଟର ଡୋଜ ହୃଦଘାତର କାରଣ ହେଉଛି ।

ଭାରତୀୟ ହାର୍ଟ ଆସୋସିଏସନ ତଥ୍ୟ ଅନୁଯାୟୀ ଭାରତରେ ବୟସ୍କ ଲୋକଙ୍କ ଅପେକ୍ଷା ଅଧରୁ ଅଧିକ ପ୍ରତିଶତ ହାର୍ଟ ଆଟାକ ୫୦ ବର୍ଷରୁ କମ ବୟସ୍କ ଲୋକଙ୍କ ଠାରେ ଦେଖାଯାଇଥାଏ ବୋଲି ଜଣାପଡିଛି। ସେହିପରି ୨୫ ପ୍ରତିଶତ ହାର୍ଟଆଟାକ୍‌ ୩୦ ବର୍ଷ ଲୋକଙ୍କ ଠାରେ ଦେଖାଯାଇଥାଏ । ସୋସିଆଲ ମିଡିଆରେ କୋଭିଡ ବୁଷ୍ଟର ଡୋଜକୁ ନେଇ ଘୁରି ବୁଲୁଥିବା ଖବରକୁ ନେଇ ମାଇକ୍ରୋବାୟୋଲୋଜି ସୋସାଇଟିର ସଭାପତି ଡ. ଏ.ଏମ ଦେଶମୁଖ କହିଛନ୍ତି, କୋଭିଡ ନିଃସନ୍ଦେହରେ ହୃଦଘାତ ଆଶଙ୍କା ବୃଦ୍ଧି କରିଛି । ତେବେ ଡାଇବେଟିସ, କୋଲେଷ୍ଟରାଲ ହାଇପର ଟେନସନ ଭଳି ଲାଇଫ ଷ୍ଟାଇଲ ଡିଜିଜ ମଧ୍ୟ ହୃଦଘାତ ଆଶଙ୍କା ବୃଦ୍ଧି କରିଥାଏ ।

କୋଭିଡ ପାଇଁ ଦିଆଯାଉଥିବା କୋଭିସିଲ୍ଡ, କୋଭାକ୍ସିନ, କୋର୍ବିଭାକ୍ସ ଓ ସ୍ପୁଟନିକ ଭଲି ବୁଷ୍ଟର ଡୋଜ ଟିକା ଓମିକ୍ରନ ସଂକ୍ରମଣରେ ଭଲ ପ୍ରଭାବ ଦେଖାଇଛି । ହେଲେ କୋଭିସିଲ୍ଡ ବୁଷ୍ଟର ଡୋଜରେ ଅଧିକ ହୃଦଘାତ ଆଶଙ୍କା ରହିଥାଏ ବୋଲି ସେମିତି କିଛି ଜଣାପଡିନାହିଁ । ତେବେ ଏକ୍ସପର୍ଟଙ୍କ ଅନୁଯାୟୀ, କୋଭିଡ ସଂକ୍ରମଣ ଯୋଗୁ ହୃଦୟର କୋଷ ବା ହାର୍ଟ ମସଲ ଦୁର୍ବଳ ହୋଇଥାଏ । ଯାହାକି ହୃଦଘାତ ଆଶଙ୍କା ସୃଷ୍ଟି କରିଥାଏ । ତେବେ ଏହାର ପ୍ରକୃତ ସତ୍ୟାସତ୍ୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି ଖବର ଭାଇରଲ ହେବା ପରେ ଲୋକଙ୍କ ମଧ୍ଯରେ ଟୀକାକରଣ ନେଇ ଏକ ଭୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *