୧୦୨ ବର୍ଷର ମହିଳା କୋରୋନାକୁ କଲେ ପରାସ୍ତ

୧୦୨ ବର୍ଷର ମହିଳା କୋରୋନାକୁ କଲେ ପରାସ୍ତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ କୋରୋନା ମହାମାରୀ ନିଜର କାୟା ମେଲାଇ ଚାଲିଛି। ପ୍ରତିଦିନ ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାରି ଭିତରେ ଉତ୍ତରପ୍ରଦେଶର ଜଣେ ୧୦୨ବର୍ଷର ବୃଦ୍ଧା ମା’ ଘରେ ରହି କୋରୋନାକୁ ପରାସ୍ତ କରିଛନ୍ତି। ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଉତ୍ତର କସବାରେ ରହୁଥିବା ୧୦୨ବର୍ଷର ବୃଦ୍ଧା ଶିବକନ୍ୟା ଦେବୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସେ ଘରେ ରହି କୋରୋନାକୁ ହରାଇଛନ୍ତି।

ତାଙ୍କ ଚିକିତ୍ସା ସରକାରୀ ସିଏଚସି ହସ୍ପିଟାଲର ଡାକ୍ତରଙ୍କ ନୀରିକ୍ଷଣରେ ଚାଲିଥିଲା। କିଛିଦିନ ହେବ ବୃଦ୍ଧାଙ୍କ ସହ ଘରେ ଥିବା ତାଙ୍କ ୧୨ଜଣ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସମସ୍ତଙ୍କୁ ହୋମ୍ ଆଇସୋଲେଟ୍ କରି ଦିଆଯାଇଥିଲା। ୧୦୨ବର୍ଷର ବୃଦ୍ଧା ଶିବକନ୍ୟା ଦେବୀଙ୍କ କହିବାନୁସାରେ, ଆୟୁର୍ବେଦୀୟ ଚିକିତ୍ସା ସହ କାଢ଼ା ପିଉଥିଲି। କିଛି ସମୟ ବ୍ୟବଧାନରେ ଗରମ ପାଣି ବାମ୍ଫ ବି ନେଉଥିଲି। ଆଉ ମାସ୍କ ପିନ୍ଧିବାକୁ ଭୁଲୁ ନଥିଲି। ଭଗବାନଙ୍କ ଉପରେ ଭରସା ରଖିଥିଲି। ତେଣୁ, ସୁସ୍ଥ ହୋଇଗଲି ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: