ପଥର ଆଖିରେ ଲୁହ; ଆର ପାରିରେ ପଥର ବିନ୍ଧାଣୀ

ପଥର ଆଖିରେ ଲୁହ; ଆର ପାରିରେ ପଥର ବିନ୍ଧାଣୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ଦ୍ୱିତୀୟ କୋଣାର୍କର ନିର୍ମାଣର ଅଧୁରା ସ୍ୱପ୍ନ ସହ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ ପଦ୍ମଶ୍ରୀ ଗୁରୁ ରଘୁନାଥ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଥିଲେ ଆଜି କିନ୍ତୁ ଆମ ସମସ୍ତଙ୍କୁ ପର କରି ପରପାରିକୁ ଚାଲିଯାଇଛନ୍ତି ପଥର ବିନ୍ଧାଣୀ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ।

https://twitter.com/PrismNewsOdisha/status/1391372394317504514

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: