ପକ୍ଷୀମରା ଗଛ, ଡ଼ାଳରେ ବସୁଥିବା ପକ୍ଷୀଙ୍କୁ ଏମିତି ମାରିଦିଏ

ପକ୍ଷୀମରା ଗଛ, ଡ଼ାଳରେ ବସୁଥିବା ପକ୍ଷୀଙ୍କୁ ଏମିତି ମାରିଦିଏ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭଗବାନ ପ୍ରକୃତିର ସମସ୍ତ ଜିନିଷକୁ ବହୁ ଭାବିଚିନ୍ତି ସୃଷ୍ଟି କରିଛନ୍ତି । ଏଠିରେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତଙ୍କ ପାଇଁ ବାସସ୍ଥାନ ରହିଥାଏ। ଯେଉଁଠାରେ ସେମାନେ ନିର୍ଭୟରେ ରହି ପାରିବେ। ସେମିତି ପକ୍ଷୀମାନଙ୍କର ବାସସ୍ଥାନ ହେଉଛି ଗଛ । ଏଠାରେ ସେ ବସା ବାନ୍ଧି ରହିଥାନ୍ତି । ଏବଂ ଉଦ୍ଭିଦର ବଂଶ ବୃଦ୍ଧିରେ ପକ୍ଷୀ ଏବଂ କୀଟପତଙ୍ଗ ସାହାଯ୍ୟ କରିଥାନ୍ତି । ପକ୍ଷୀମାନେ ଉଦ୍ଭିଦଗୁଡିକର ମଞ୍ଜି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ସେମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥାନ୍ତି । ସେହିଭଳି ପକ୍ଷୀମାନଙ୍କୁ ମଧ୍ୟ ଗଛ ନିଜ ଡାଳରେ ଆଶ୍ରୟ ଦେଇଥାଏ । କିନ୍ତୁ ଦୁନିଆରେ ଏପରି ଏକ ଗଛ ଅଛି, ଯାହା ପକ୍ଷୀମାନଙ୍କ ଜୀବନ ନେଇଯାଏ। ଏହି ଗଛ ତାର ଶାଖାରେ ବସିଥିବା ସମସ୍ତ ପକ୍ଷୀ, ଜୀବକୁ ମାରିଦିଏ, ଲୋକମାନେ ଏହାକୁ ‘ପକ୍ଷୀମାନଙ୍କର ହତ୍ୟାକାରୀ’ ଗଛ ବୋଲି କୁହନ୍ତି। ଏହି ଗଛରେ ବସିବା ପରେ ପକ୍ଷୀମାନଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ଏହି କାରଣରୁ ପିସୋନିଆ ନାମକ ଏହି ଗଛକୁ ଚିଡିଆମରା ଅର୍ଥାତ୍ ପକ୍ଷୀମରା ଗଛ ବୋଲି କୁହାଯାଏ।

ପିସୋନିଆ ନାମକ ଏହି ଗଛ ପକ୍ଷୀମାନଙ୍କୁ ମାରିବା ପାଇଁ କୁଖ୍ୟାତି ଅର୍ଜନ କରିଛି। ଏମିତିରେ ଏହି ବୃକ୍ଷ ପକ୍ଷୀମାନଙ୍କ ଦ୍ଵାରା ନିଜ ମଞ୍ଜିଗୁଡିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିସ୍ତାର କରିବାକୁ ଚେଷ୍ଟା କରେ । ଏହି କାରଣରୁ ସେ ପକ୍ଷୀମାନଙ୍କର ଜୀବନ ନେଇଯାଇଥାଏ। ବାସ୍ତବରେ ପିସୋନିଆ ଗଛର ମଞ୍ଜିଗୁଡିକ ବହୁତ ଅଠାଳିଆ । ଏହାର ମଞ୍ଜି ବିସ୍ତାର କରିବାର ଲୋଭରେ ଗଛ ସେଗୁଡିକୁ ପକ୍ଷୀମାନଙ୍କ ଡେଣାରେ ଲଗାଇ ଦେଇଥାଏ। କିନ୍ତୁ ତାର ମଞ୍ଜିଗୁଡ଼ିକ ବହୁତ ଭାରୀ ହୋଇଥିବାରୁ ପକ୍ଷୀମାନେ ଭଲ ଭାବରେ ଉଡ଼ିପାରନ୍ତି ନାହିଁ ଏବଂ ଭୂମିରେ ପଡ଼ି ପଡ଼ି ଭୋକରେ ମରି ଯାଆନ୍ତି।

ପିସୋନିଆ ଗଛକୁ ଚିଡିଆମରା ଅର୍ଥାତ୍ ପକ୍ଷୀମରା ଗଛ କୁହାଯାଏ। ଏହି ଗଛଟି ସାଧାରଣତଃ କାରିବିଆନ୍ ଏବଂ ଇଣ୍ଡୋ-ପେସିଫିକ୍ ଦ୍ୱୀପପୁଞ୍ଜରେ ଦେଖାଯାଏ। ଏହି ଗଛର ମଞ୍ଜି ଅତ୍ୟନ୍ତ ବଡ଼ ଏବଂ ଅଠାଳିଆ ହୋଇଥାଏ। ଏଥିରେ ଥିବା ଅଠାଳିଆ ପଦାର୍ଥ ହେତୁ, ମଞ୍ଜି ପକ୍ଷୀମାନଙ୍କ ଦେହରେ ଲାଗିଯାଏ। ଅନେକ ମଞ୍ଜି ଗୋଟିଏ ପକ୍ଷୀ ଦେହରେ ଅଟକି ରହିବା କାରଣରୁ ସେମାନେ ଉଡିପାରନ୍ତି ନାହିଁ ଏବଂ ଶେଷରେ ମରିଯାନ୍ତି।

ପିସୋନିଆ ଗଛ ବର୍ଷକୁ ଦୁଇଥର ଫଳ ଦେଇଥାଏ। ଏହି ସମୟ ମଧ୍ୟରେ ଗୋଟିଏ ଶାଖାରେ ଅତି କମରେ ଦୁଇ ଶହ ମଞ୍ଜି ବାହାରେ। ଏହା ସେହି ସମୟରେ ହୋଇଥାଏ ଯେତେବେଳେ ଦ୍ୱୀପକୁ ବିଭିନ୍ନ ସ୍ଥାନରୁ ପକ୍ଷୀମାନେ ଆସିଥାନ୍ତି । ଗଛରେ ବସିଥିବା ପକ୍ଷୀମାନଙ୍କର ଡେଣାରେ ମଞ୍ଜିଗୁଡ଼ିକ ଅଟକିଯାଏ। ମଞ୍ଜିର ଓଜନ ହେତୁ ପକ୍ଷୀମାନେ ଉଡ଼ି ପରାନ୍ତି ନାହିଁ ତଳେ ପଡ଼ି ପଡ଼ି ମରନ୍ତି କିମ୍ବା ଅନ୍ୟ ପଶୁମାନଙ୍କ ଶିକାର ହୁଅନ୍ତି। ଛୋଟ ପକ୍ଷୀମାନେ ଗଛ ଡାଳରେ ହିଁ ମରିଯାଆନ୍ତି। ଏହି କାରଣରୁ ତାଙ୍କ କଙ୍କାଳ ଡାଳରେ ଓହଳିଥିବାର ଦେଖାଯାଏ। ପ୍ରତି ବର୍ଷ  ହଜାର ହଜାର ପକ୍ଷୀ ଏଠାରେ ମାରୁଥାନ୍ତି।…

0 Comments

Leave Your Comment

Your email address will not be published. Required fields are marked *

%d bloggers like this: