କଦଳୀ ମଞ୍ଜା ଓ ଚିଙ୍ଗୁଡ଼ିରେ ତିଆରି କରନ୍ତୁ ନୂଆ ଆଇଟମ

କଦଳୀ ମଞ୍ଜା ଓ ଚିଙ୍ଗୁଡ଼ିରେ ତିଆରି କରନ୍ତୁ ନୂଆ ଆଇଟମ

ପ୍ରିଜମ ନ୍ୟୁଜ ବ୍ୟୁରୋ: କାର୍ତ୍ତିକ ମାସରେ ଅଧିକାଂଶ ଘରେ ଆମିଷ ଭୋଜନ ନିଷେଧ ହୋଇଥାଏ। ତେଣୁ ପୁରା ମାସଟା ନିରାମିଷ ଖାଦ୍ୟ ଖାଇ ବିରକ୍ତି ହେବା ସହ ଛାଡଖାଇ ଦିନଟିକୁ ଅତ୍ୟନ୍ତ ଉତ୍କଣ୍ଠାର ସହ ଆମିଷ ପ୍ରିୟ ଲୋକମାନେ ଚାହିଁ ରହିଥାନ୍ତି। ଏହିଦିନ କିପରି ନୂଆ ନୂଆ ଆମିଷ ଆଇଟମ ରୋଷେଇ କରି ଖାଇବେ ସେହି ଚିନ୍ତାରେ ରହିଥାନ୍ତି। ତେବେ ଏଥର ଛାଡଖାଇରେ କଦଳୀ ମଞ୍ଜା ଓ ଚିଙ୍ଗୁଡ଼ିକୁ ମିଶାଇ ଗୋଟେ ନୂଆ ଆଇଟମ୍‌ ତିଆରି କରନ୍ତୁ। ଏହି ଆଇଟମ୍ ଖାଇବାକୁ ଯେତିକି ସ୍ଵାଦିଷ୍ଟ କରିବାକୁ ସେତିକି ସହଜ। ତେବେ ଚାଲନ୍ତୁ ଜାଣିବା କିପରି ଏହାକୁ ପ୍ରସ୍ତୁତ କରିବେ…

ଆବଶ୍ୟକୀୟ ସାମଗ୍ରୀ:

-୨୫୦ ଗ୍ରାମ ଚିଙ୍ଗୁଡ଼ି,

-ଖଣ୍ଡେ କଦଳୀ ମଞ୍ଜା

– ଅଳ୍ପ ବଡ଼ି

– ମଧ୍ୟମ ସାଇଜର ଆଳୁ ଗୋଟିଏ

– ଶୁଖିଲା ଲଙ୍କା ଗୋଟିଏ କିମ୍ବା ଦୁଇଟି

– ଅଳ୍ପ ପୋସ୍ତ

-ସୋରିଷ ୨ ଚାମଚ

– ଜିରା ୧ ଚାମଚ

-୫ରୁ୬ କୋଲା ରସୁ-ସୋରିଷ ତେଲ

– ହଳଦୀ ଗୁଣ୍ଡ ଓ ଲୁଣ ଆବଶ୍ୟକତା ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଭଲଭାବରେ ବାଛି ଭାଜି ଦିଅନ୍ତୁ। ମଞ୍ଜାକୁ ସରୁସରୁ କରି କାଟି ଭଲଭାବେ ଧୋଇ ଦିଆନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ଏବେ ମଞ୍ଜା ଓ କଟା ଆଳୁକୁ ତେଲରେ ଅଳ୍ପ ଭାଜନ୍ତୁ। ବାଟି ରଖିଥିବା ମସଲା ପେଷ୍ଟକୁ ଏବେ ମଞ୍ଜା ଓ ଆଳୁ କଷାରେ ଦିଅନ୍ତୁ। ସେଗୁଡିକ ଅଧା ସିଝି ଆସିବା ବେଳକୁ ସେଥିରେ ଭଜା ବଡ଼ି ପକାଇ ଗୋଳାଇ ଦିଅନ୍ତୁ। ମଞ୍ଜା ସିଝିଗଲେ ସେଥିରେ ଭାଜି ରଖିଥିବା ଚିଙ୍ଗୁଡ଼ି ପକାନ୍ତୁ ଏବଂ ତରକାରି ଫୁଟିଲା ପରେ ତାହାକୁ ଓହ୍ଲାଇ ଦିଅନ୍ତୁ। ଯଦି ଆପଣ ଚାହାନ୍ତି ସେଥିରେ ଅଳ୍ପ ଧନୀ ପତ୍ର ପକେଇ ପାରିବେ। ପ୍ରସ୍ତୁତ ହୋଇଗଲା କଦଳୀ ମଞ୍ଜା ଚିଙ୍ଗୁଡ଼ି ବେସର। ଆପଣ ଏହାକୁ ଉଭୟ ଭାତ ରୁଟିପରଟା ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: