ସରକାରୀ ଚାକିରିଆ ଦ୍ୱିତୀୟ ବିବାହ କଲେ ମିଳିବ ଦଣ୍ଡ!

ସରକାରୀ ଚାକିରିଆ ଦ୍ୱିତୀୟ ବିବାହ କଲେ ମିଳିବ ଦଣ୍ଡ!

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଥମ ପତ୍ନୀ ଜୀବତ ଥାଇ ଦ୍ୱିତୀୟ ବିବାହ କଲେ ଏଥର ମିଳିବ କଠୋର ଦଣ୍ଡ। ଦ୍ୱିତୀୟ ବିବାହ କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟଙ୍କ ନିୟମ ୨୯ ଅନୁସାରେ, ସରକାରଙ୍କ ଅନୁମତି ବିନା ଦ୍ୱିତୀୟ ବିବାହ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ରାଜ୍ୟ ଜନସେବା ଟ୍ରିବ୍ୟୁନାଲର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଆହ୍ଲାବାଦ ହାଇକୋର୍ଟ ମନା କରିଛନ୍ତି । କୋର୍ଟଙ୍କ କହିବା ମୁତାବକ, ସମ୍ବିଧାନର ଧାରା ୨୨୬ ଅନୁସାରେ ଅନ୍ତର୍ନିହିତ ଶକ୍ତିର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି । ପ୍ରମାଣ ଓ ତଥ୍ୟରୁ ଅଭିଯୁକ୍ତ ନିୟମ ଉଲ୍ଲଂଘନ କରିବା ଓ ବିଭାଗକୁ ବିଭ୍ରାନ୍ତ କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଯେଉଁଥିପାଇଁ ସେ ଦଣ୍ଡର ଯୋଗ୍ୟ ଅଟନ୍ତି । କୋର୍ଟ ପେନସନ୍ ଜବତ କରିବା, ବିଭାଗୀୟ ଆଦେଶ ଓ ଟ୍ରିବ୍ୟୁନାଲଙ୍କ ଦ୍ୱାରା ମାମଲା ରଦ୍ଦ ହେବାର ଆଦେଶକୁ ଉଚିତ୍ ଦର୍ଶାଇ ଏହି ଆବେଦନକୁ ଖାରଜ କରିଛନ୍ତି । ତେବେ ସହାରନପୁରର ମନଭୀର ସିଂ କରିଥିବା ଆବେଦନ ଉପରେ ବିଚାର କରି ଜଷ୍ଟିସ ଏସପି କେଶରୱାନି ଓ ଜଷ୍ଟିସ ବିକାଶଙ୍କ ଖଣ୍ଡପୀଠ ବୁଧବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭୁଲ ତଥ୍ୟ ଉପସ୍ଥାପନ ପାଇଁ ଏପରି କଠୋର ଦଣ୍ଡ ଦିଆଯିବା ଉଚିତ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି । ଭୁଲ ବୁଝାମଣାେ ଯୋଗୁଁ ଆବଦେନକାରୀ ପ୍ରଥମେ ଭୁଲ ତଥ୍ୟ ଦେଇଥିଲ କିନ୍ତୁ ପରେ ସେ ସଠିକ୍ ତଥ୍ୟ ଦେଇଥିଲେ । ମାମଲାର ତଥ୍ୟ ମୁତାବକ, ୧୯୭୦ ମସିହା ସେପ୍ଟେମ୍ବରରେ ଆସିଷ୍ଟାଣ୍ଟ ପ୍ରସିକ୍ୟୁଟର ଭାବରେ ନିଯୁକ୍ତ ଆବେଦନକାରୀ ଡିସେମ୍ବର ୨୦୦୪ ରେ ସିନିୟର ପବ୍ଲିକ ପ୍ରସିକ୍ୟୁଟର ଭାବରେ ସେବାରୁ ବାହାର ହୋଇଥିଲେ । ଏହା ପରେ ୨୦୦୫ ଜୁନ୍ ୨୮ରେ ତାଙ୍କୁ ଦଣ୍ଡିତ କରାଯାଇଥିଲା । ୨୦୨୧ ସେପ୍ଟେମ୍ୱର ୨ରେ ଟ୍ରିବ୍ୟୁନାଲ ମଧ୍ୟ ଏହି ମାମଲାକୁ ଖାରଜ କରିଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: