ମମିତା ହତ୍ୟା ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ:ଦିବ୍ୟଶଙ୍କର ମିଶ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଭବାନୀପାଟଣାର ଏକ ସଭାରେ ମତ ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସତ୍ୟର ଜୟ ହେବ, ନ୍ୟାୟ ପ୍ରତିଷ୍ଠା ହେବ । ମମିତା ହତ୍ୟା ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ,ମୋ ଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବନି, ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ, ଦେଶପାଇଁ ଲଢ଼ିଛି, ମୋ ଦ୍ୱାରା କୌଣସି ଘୃଣ୍ୟ, ବେଆଇନ କାମ ହୋଇପାରିବନି ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହ ସେ କହିଛନ୍ତି ଘଟଣା ଘଟିଛି ସନସାଇନ ପବ୍ଲିକ ସ୍କୁଲରେ, ସେଠାକୁ ମୁଁ କେବେ ଯାଇନି ବୋଲି କହିଛନ୍ତି। ଯିଏ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ମୁଖ୍ୟମନ୍ତ୍ରୀ କେବେ ବି କୌଣସି ଦୋଷୀକୁ ଛାଡ଼ି ନାହାନ୍ତି । ଆଇନ ନିଜ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହିଆସିଛନ୍ତି। ଟିକେ ବି ଦୋଷ ଥିଲେ ତାଙ୍କୁ ଛାଡ଼ି ନ ଥାନ୍ତେ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।ଏଥିସହ ସେ କହିଛନ୍ତି, ତାଙ୍କର ଓ ପରିବାରର ଚରିତ୍ର ବାବଦରେ ସମସ୍ତେ ଜାଣନ୍ତି । ଯେଉଁମାନେ ଆକ୍ଷେପ କରୁଛନ୍ତି ସେମାନେ ନିଜ ଚରିତ୍ର ବାବଦରେ ଚିନ୍ତା କରନ୍ତୁ । ମମିତା ପାଇଁ କ’ଣ ତାଙ୍କ ମନରେ କଷ୍ଟ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମମିତା ମୃତ୍ୟୁକୁ ନେଇ ରାଜନୀତି ନ ହେଉ ବୋଲି ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

Leave a Reply

Your email address will not be published. Required fields are marked *