ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୮ ହଜାର ପାର୍:  ଦିନକରେ ୬୭୩  ନୂଆ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ….

ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୮ ହଜାର ପାର୍: ଦିନକରେ ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୬୭୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ ଜିଲ୍ଲାର ସଂଗରୋଧ କେନ୍ଦ୍ରରୁ ୪୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତ ସଂଖ୍ୟା ସହ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୩ଟି ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟଙ୍କ ଭିତରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୩, ବରଗଡରୁ ୨୨, ଭଦ୍ରକରୁ ୫୮, କଟକରୁ ୩୨, ଢେଙ୍କାନାଳରୁ ୧୦, ଗଜପତିରୁ ୧୫, ଜଗତସିଂହପୁରରୁ ୩୬, ଯାଜପୁରରୁ ୨୮, ଝାରସୁଗୁଡାରୁ ୧୪, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ସେହି ଭଳ ଖୋର୍ଦ୍ଧାରୁ ୫୮, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧, ନୟାଗଡରୁ ୪, ପୁରୀରୁ ୪, ସମ୍ବଲପୁରରୁ ୩, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ୧୧ଜଣ ଚିହ୍ନଟ ହୋଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: