କରୋନା ଟୀକା କୋ-ଭାକ୍ସିନର ଆଜି ହ୍ୟୁମାନ୍ ଟ୍ରାଏଲ୍; ସାମିଲ୍ ହେବାକୁ ଚାହାନ୍ତି? ଏହା ରହିଛି ପ୍ରକ୍ରିୟା….

କରୋନା ଟୀକା କୋ-ଭାକ୍ସିନର ଆଜି ହ୍ୟୁମାନ୍ ଟ୍ରାଏଲ୍; ସାମିଲ୍ ହେବାକୁ ଚାହାନ୍ତି? ଏହା ରହିଛି ପ୍ରକ୍ରିୟା….

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:  କରୋନା ସଙ୍କଟରେ ଆଶା ବଢାଉଛି କୋଭାକ୍ସିନ୍।  ଆଜିଠୁ ଦିଲ୍ଲୀ ଏମ୍ସରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ପ୍ରାରମ୍ଭିକ ପଯର୍ୟାୟରେ ଶହେ ସ୍ବେଚ୍ଛାସେବୀଙ୍କ ପାଖରେ ଏହି ପରୀକ୍ଷା ହେବ ବୋଲି ଜଣାପଡ଼ିଛି । ୧୮ରୁ ୫୫ ବର୍ଷୀୟ ବୟସ୍କଙ୍କୁ ନେଇ ଏହି ପରୀକ୍ଷା ହେବ ।  ମାନବ ପରୀକ୍ଷଣରେ ଅଂଶ ଗ୍ରହଣ କରୁଥିବା ଲୋକମାନଙ୍କ ଠାରେ କୋଭିଡର କୌଣସି ଇତିହାସ ନଥିବା ଦରକାର । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୭୫ଜଣ ଭଲ୍ୟୁଂଟରଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କ ଠାରେ କୋଭାକସିନ ଟୀକାର ପରୀକ୍ଷଣ କରାଯିବ। କୋ-ଭାକ୍ସିନ୍ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି । ଦେଶର ୧୨ଟି ମେଡିକାଲ୍ରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ହେବ।

ଓଡ଼ିଶାରେ ଟିକାର ହ୍ୟୁମାନ ଟ୍ରାଏଲ ପାଇଁ ସମ ହସପିଟାଲରେ ଲ୍ୟାବ୍ ଉଦଘାଟନ କରାଯିବ । କୋଭାକ୍ସିନ୍‌ର ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ପାଇଁ ଦେଶର ୧୨ଟି ହସପିଟାଲକୁ ଚୟନ କରିଛି ଇଣ୍ଡିଆନ୍ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର। ଏହା ମଧ୍ୟରେ ଭୁବନେଶ୍ୱର ସମ୍ ହସପିଟାଲ ମଧ୍ୟ ରହିଛି ।

 ହ୍ଯୁମାନ ଟ୍ରାଏଲ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଯୋଗାଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏସ୍ ଏମ୍ ଏସ୍ , ଫୋନ୍ କିମ୍ବା ଇମେଲ୍ ଯୋଗେ ଆଗ୍ରହୀ ବ୍ଯକ୍ତିମାନେ ଯୋଗାଯୋଗ କରିପାରିବେ । 0742 88 47499 ନମ୍ବରରେ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନାମ ରେଜିଷ୍ଟ୍ରେସନ କରିପାରିବେ । ଅଥବା [email protected]ରେ ମଧ୍ୟ ନିଜ ନାଁ ଓ ସମ୍ପୂର୍ଣ୍ଣ ଠିକଣା ଦେଇ ରେଜିଷ୍ଟ୍ରେସନ କରିପାରିବେ । 

0 Comments

Leave Your Comment

Your email address will not be published. Required fields are marked *

%d bloggers like this: