ରାଜ୍ୟରେ ଆଉ ୬ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ…

ରାଜ୍ୟରେ ଆଉ ୬ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ନେଲା ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ କରୋନା ସଂକ୍ରମିତ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଁଚିଛି । ତେବେ ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା ୫୯ ଏବଂ ଗଜପତିରେ ୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ । ଅନ୍ୟଜଣେ ମୃତକ ଗଞ୍ଜାମ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ । ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଜଣେ ୫୨, ୫୪ ବର୍ଷ ବୟସ୍କ ଓ ୪୦ ବର୍ଷ ବୟସ୍କ ୩ଜଣ ପୁରୁଷ ଥିବା ଜଣାଯାଇଛି । ୫୨ବର୍ଷ ବୟସ୍କ ପୁରୁଷ ମଧ୍ୟ ମଧ୍ୟ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ । ଅନ୍ୟ ମୃତକ ଜଣକ ଗଜପତି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା, ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ। ଏବେ ଗଞ୍ଜାମ ଜିଲ୍ଲାର ମୃତକଙ୍କ ସଂଖ୍ୟା ସର୍ବାଧିକ ୫୯ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୩୩ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: