ସୁସ୍ଥ ଶରୀର ପାଇଁ କୌଣସି ମହୋଷଧିଠୁ କମ୍ ନୁହେଁ ମୁଗ ଡାଲି

ସୁସ୍ଥ ଶରୀର ପାଇଁ କୌଣସି ମହୋଷଧିଠୁ କମ୍ ନୁହେଁ ମୁଗ ଡାଲି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଭିନ୍ନ ଡାଲି ଭିତରୁ ମୁଗ ଡାଲି ଅଧିକାଂଶ ଲୋକଙ୍କୁ ଭଲ ଲାଗିଥାଏ। ଏହାର ସ୍ବାଦ ଟିକେ ନିଆରା। ଏହା ଏକ ହାଲୁକା ଖାଦ୍ୟ ମଧ୍ୟ। ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ, ଯାହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରେ ନାହିଁ, ବରଂ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଲାଭ ଦେଇଥାଏ। ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, କପର, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ରହିଥାଏ। ତେବେ ମୁଗ ଡାଲିଠୁ ଏହାର ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପ୍ରତିଦିନ ମୁଗ ଡାଲି ପାଣି ପିଇବା ଦ୍ଵାରା ଶରୀରର ଅନେକ ଜରୁରୀ ପୋଷକ ତତ୍ତ୍ୱର ଅଭାବ ପୂରଣ ହୋଇଥାଏ।
ମୁଗ ଡାଲି ପାଣି ଫୁଟାଇ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାର ଲାଭ ମିଳିଥାଏ ଚାଲନ୍ତୁ ଜାଣିବା ସେ ବିଷୟରେ।
ଓଜନ ହ୍ରାସ କରେ- ଅଧିକାଂଶ ଲୋକ ସେମାନଙ୍କର ମେଦବହୁଳତା ପାଇଁ ଚିନ୍ତିତ ରହିଥାନ୍ତି। ଏଭଳି ପରିସ୍ଥିତିରେ ସେମାନେ ଅନେକ ସପ୍ଲିମେଣ୍ଟ ଏବଂ ଘରୋଇ ଉପଚାର ମଧ୍ୟ କରନ୍ତି, ତଥାପି ଅନେକ ସମୟରେ ବିଫଳତା ହଟେଇବା ସାର ହୁଏ। ଯଦି ଏହି ସମସ୍ୟାରେ ପିଡିତ ଲୋକ ପ୍ରତିଦିନ ଏକ ଗ୍ଲାସ ମୁଗ ଡାଲି ପାଣି ପିଅନ୍ତି ତେବେ ଉପସମ୍ ପାଇ ପାରିବେ। ଏଥିରେ କ୍ୟାଲୋରୀ କମ୍ ଥାଏ ଏବଂ ଏହା ମେଟାବୋଲିଜିମ୍ ମଧ୍ୟ ବଢାଇଥାଏ, ଯେଉଁ କାରଣରୁ ଓଜନ ହ୍ରାସ କରିବା ସହଜ ହୋଇପାରେ।
ଶରୀରକୁ ଡିଟକ୍ସ କରେ – ପ୍ରତିଦିନ ମୁଗ ଡାଲି ପାଣି ପିଇବା ଦ୍ଵାରା ଆମ ଶରୀରର ସମସ୍ତ ମଇଳା ବାହାରିଯାଏ, ଯେଉଁ କାରଣରୁ ସମଗ୍ର ଶରୀର ଡିଟକ୍ସାଇଫ ହୋଇଯାଏ। ଏହା ଶରୀରକୁ ଡିଟକ୍ସାଇଫ କରି ଯକୃତ,ଗୋଲ ବ୍ଲାଡର, ରକ୍ତ ଏବଂ ଅନ୍ତନଳୀକୁ ସଫା କରିବା କାର୍ଯ୍ୟ କରିଥାଏ। ଯେଉଁ କାରଣରୁ ଅନେକ ରୋଗ ଆପେ ଭଲ ହୋଇଯାଏ। ମଧୁମେହକୁ ଭଲ କରେ:- ମୁଗ ଡାଲି ପାଣି ଶରୀରରେ ଇନସୁଲିନର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ, ଏହା ସହିତ ରକ୍ତ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେଉଁ କାରଣରୁ ଏହାର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ଦିଏ- ମୁଗ ଡାଲି ଶରୀରକୁ ଉତ୍ତମ ପ୍ରୋଟିନ୍ ଦେଇଥାଏ। ଯଦି ଆପଣ ଶରୀରରେ ଦୁର୍ବଳତା ଅନୁଭବ କରୁଛନ୍ତି, ତେବେ ପ୍ରତିଦିନ ମୁଗ ଡାଲି ପାଣି ପିଇବା ଉଚିତ୍, କାରଣ ଏଥିରେ ପ୍ରଚୁର ପରିମାଣର ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ପ୍ରୋଟିନ୍ ଥାଏ, ଯାହା ଶରୀରର ଦୁର୍ବଳତାକୁ ଦୂର କରିବାରେ ସହାୟକ ହୋଇଥାଏ।
ମୁଗ ଡାଲି ଡାଲ୍ ପାଣି ଏପରି ପ୍ରସ୍ତୁତ କରନ୍ତୁ:-
ସର୍ବପ୍ରଥମେ, ଏକ ପ୍ରେସର କୁକରରେ ୫୦ ଗ୍ରାମରୁ ଟିକେ ଅଧିକ ଧୁଆ ମୁଗ ଡାଲି ଏବଂ ଦୁଇ ଗ୍ଲାସ୍ ପାଣି ରଖନ୍ତୁ, ଏବଂ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ ଢାଙ୍କୁଣୀକୁ ଘୋଡାନ୍ତୁ । ୨ ରୁ ୩ ଟି ସିଟି ଦେବା ପରେ ଗ୍ୟାସ୍ ବନ୍ଦ କରନ୍ତୁ। ଏବଂ ପ୍ରେସର କୁକରରୁ ସମସ୍ତ ବାୟୁ ବାହାରକୁ ଯିବା ପରେ ଡାଲି ବାହାର କରିଦେଇ ଏକ ଗ୍ଲାସରେ ତାର ପାଣିକୁ ପିଅନ୍ତୁ, ଆପଣ ସ୍ୱାଦ ପାଇଁ ଏହାକୁ ଅଳ୍ପ ଛୁଙ୍କ ମଧ୍ୟ କରି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: