କରୋନା ସହ ଲଢ଼ିବାକୁ ଶକ୍ତି ଦେବ ପଖାଳ, ସ୍ପଷ୍ଟ କଲେ ଏମ୍ସ ଗବେଷକ

କରୋନା ସହ ଲଢ଼ିବାକୁ ଶକ୍ତି ଦେବ ପଖାଳ, ସ୍ପଷ୍ଟ କଲେ ଏମ୍ସ ଗବେଷକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଆଙ୍କ ପଖାଳ କଂସା ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏବେ ପୁଣି କରୋନାକୁ ମାତ ଦେବାରେ କୁଆଡେ ଆମ ଓଡ଼ିଆଙ୍କ ପଖାଳ ସକ୍ଷମ ବୋଲି କୁହାଯାଉଛି।ଭୁବନେଶ୍ୱର ଏମ୍ସ ପକ୍ଷରୁ ପଖାଳକୁ ନେଇ ବହୁଦିନ ହେବ ହେଉଥିବା ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡିଛି। ଯେଉଁଥିରେ କୁହାଯାଇଛି ପ୍ରତ୍ୟେକଟି ଓଡ଼ିଆଙ୍କ ହାଣ୍ଡିଶାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଉପାୟ। ସେହି ଉପାୟ ଆଉଟି ହେଉଛି ଅମା ଘରମାନଙ୍କରେ ହେଉଥିବା ପଖାଳ ଭାତ ଅର୍ଥାତ୍ ବାସି ଭାତ ।
ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାତ ପଖାଳରେ ପରିଣତ ହେବା ସମୟରେ ପାଣି ଏବଂ ଭାତର ମିଶ୍ରଣରେ ଅନେକ ଉପକାରୀ ଅଣୁଜୀବ ସୃଷ୍ଟି ହୁଏ। ଯେଉଁମାନେ କି ଅନେକ ପ୍ରକାର କାର୍ବୋହାଇଡ୍ରେଟସ ତିଆରି କରିଥାନ୍ତି। ଏହା ସର୍ଟ ଚେନ୍ ଫାଟି ଏସିଡ (ଏସସିଏଫଏ) ତିଆରିରେ ସହାୟ ମଧ୍ୟ ହୁଏ। ଏହାକୁ ଆମେ ସରଳ ଭାଷାରେ ତୋରାଣି କହୁଛେ। ଏମ୍ସ ଭୁବନେଶ୍ୱରର ବାୟୋକେମିଷ୍ଟ୍ରି ବିଭାଗର ମୁଖ୍ୟ ବଳମୁରୁଗାନ ରାମଦାସ ଗବେଷଣା କରି ଏହି ତଥ୍ୟ ପ୍ରକାଶ କରିଛନ୍ତି। ୨୦୧୯ ମସିହାରୁ ସେ ଏହାକୁ ନେଇ ଗବେଷଣା କରୁଥିବାର ଜଣାପଡିଛି।
ସେ କହିଛନ୍ତି ଯେ ପଖାଳକୁ ନେଇ କରାଯାଇଥିବା ଗବେଷଣା ଅନୁଯାୟୀ ଏଥିରେ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି। ଏହା ମଣିଷର ଶରୀର ପାଇଁ ଲାଭଦାୟକ। ପାଖାପାଖି ୨୦ଟି ପରିବାରରୁ ସଂଗୃହୀତ “ପଖାଳ ଓ ତୋରାଣି” ନମୁନାକୁ ଗବେଷଣା କରାଯିବା ପରେ ଏହି ତଥ୍ୟ ମିଳିଛି । ସେ ଆହୁରି କହିଛନ୍ତି ଯେ ତୋରାଣିରେ ଥିବା ଏସସିଏଫଏ ଅଣୁଗୁଡ଼ିକରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଯାହାକି ତୋରାଣିରେ ଥିବା ଲାକ୍ଟୋବାସିସିଲସ୍ ଇମ୍ୟୁନୋ ଗ୍ଲୋବୁଲିନକୁ ବୃଦ୍ଧିରେ ସହାୟ ହୁଏ। ଯାହା ବିଭିନ୍ନ ବାହ୍ୟ ଓ ଅନ୍ତଃ ସଂକ୍ରମଣ, ବିଶେଷକରି ଫୁସଫୁସ ଏବଂ ଅନ୍ତଃନଳୀରେ ସଂକ୍ରମଣ ରୋକିବାରେ ସହାୟ ହୋଇଥାଏ। ପଖାଳରେ ମଧ୍ୟ ଆଣ୍ଟି-ଭାଇରାଲର ତତ୍ତ୍ୱ ରହି ଥିବାର ସେ କହିଛନ୍ତି। କେବଳ ସେତିକି ନୁହେଁ ପଖାଳ ତୋରାଣି ଭୃଣର ବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଗର୍ଭଧାରଣକୁ ଉନ୍ନତ କରିପାରେ। ଏହା ଗୋଟିଏ ଗର୍ଭବତୀ ଏବଂ ନୂଆ କରି ମା’ ହୋଇଥିବା ମହିଳାଙ୍କ ଶୀରରକୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ। ପାଣି ଜନିତ ପୁଷ୍ଟିହୀନତାକୁ ରୋକିବାରେ ପଖାଳ ତୋରାଣି ସାହାଯ୍ୟ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଦ୍ଵାରା ଆପେ ଆପେ କରୋନାକୁ ମାତ ଦେଇ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: