ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଆଳୁ ବ୍ରେଡ୍ ରୋଲ୍ ସହ ବର୍ଷା ସନ୍ଧ୍ୟାରେ ଜମାନ୍ତୁ ଚା’ର ଆସର

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଆଳୁ ବ୍ରେଡ୍ ରୋଲ୍ ସହ ବର୍ଷା ସନ୍ଧ୍ୟାରେ ଜମାନ୍ତୁ ଚା’ର ଆସର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯଦି ଆପଣ ମିଠା ଅପେକ୍ଷା ଲୁଣିଆ ଜିନିଷ ଖାଇବାକୁ ଅଧିକ ପସନ୍ଦ କରନ୍ତି, ତେବେ ଏଥର କିଛି ନୂଆ ଜିନିଷ କରି ଖାଆନ୍ତୁ ଓ ଖୁଆନ୍ତୁ। ଯାହା ଖାଇବାକୁ ସ୍ଵାଦିଷ୍ଟ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯାଏ। ଏଥର ଯେଉଁ ରେସିପୀ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାର ନାମ ବି ଟିକେ ହଟକେ। ତାର ନାମ ହେଉଛି ଆଳୁ ବ୍ରେଡ ରୋଲ। ତେବେ ଆସନ୍ତୁ ଜାଣିବା ଆଳୁ ବ୍ରେଡ୍ ରୋଲ୍ ତିଆରି କରିବାର ସହଜ ରେସିପି ବିଷୟରେ-

ଆଳୁ ବ୍ରେଡ୍ ରୋଲ୍ ପାଇଁ ଆବଶ୍ୟକ ସାମଗ୍ରୀ:-
ଆଳୁ – ୬ ସିଝା ଆଳୁ
ବ୍ରେଡ – ୧୧ ପିସ୍
୨ ଚାମଚ ଛୋଟ ଛୋଟ କଟା ଧନିଆ ପତ୍ର
କଞ୍ଚା ଲଙ୍କା – ୨ ଛୋଟ ଛୋଟ କଟା
ଧନିଆ ପାଉଡର – ୧ ଚାମଚ
ଆମଚୁର ପାଉଡର – ଛୋଟ ଚାମଚ
ଲଙ୍କା ଗୁଣ୍ଡ – ଗୋଟିଏ ଛୋଟ ଚାମଚରୁ କମ
ଗରମ ମସାଲା – ଛୋଟ ଚାମଚ
ତେଲ – ଭଜା ପାଇଁ ଆବଶ୍ୟକ
ଲୁଣ – ସ୍ୱାଦ ଅନୁସାରେ
ଆଳୁ ବ୍ରେଡ୍ ରୋଲ୍ ପ୍ରସ୍ତୁତି ପ୍ରଣାଳୀ:-
ଆଳୁ ବ୍ରେଡ୍ ରୋଲ୍ ତିଆରି କରିବା ପାଇଁ ପ୍ରଥମେ ସିଝା ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ। ବର୍ତ୍ତମାନ ପ୍ୟାନକୁ ଗରମ କରି ସେଥିରେ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ କଞ୍ଚାଲଙ୍କା, ଧନିଆ ପାଉଡର, ଆଳୁ, ଲୁଣ, ଅମଚୁର ପାଉଡର, ଲଙ୍କା ଗୁଣ୍ଡ ଏବଂ ଗରମ ମସାଲା ପକାଇ ଭଲ ଭାବରେ ଗୋଳାନ୍ତୁ। ଟିକେ ସମୟ ପରେ କଟା ହୋଇ ରହିଥିବା ଧନିଆ ପତ୍ର ପକାଇ ଭଲ ଭାବରେ ଭାଜନ୍ତୁ। ବର୍ତ୍ତମାନ ରୋଲ୍ ତିଆରି ପାଇଁ ମସାଲା ଆଳୁ ଗୁଡ଼ିକ ତିଆରି ପାଇଁ ପ୍ରସ୍ତୁତ ହୋଇଯାଇଛି। ଏହା ପରେ, ଛୁରୀ ସାହାଯ୍ୟରେ ବ୍ରେଡର ଧାରକୁ କାଟି ଅଲଗା କରନ୍ତୁ । ସମସ୍ତ ବ୍ରେଡକୁ ସମାନ କରନ୍ତୁ। ତା’ପରେ ମସଲା ଆଳୁକୁ ସମାନ ଭାଗରେ ବାଣ୍ଟି ଦିଅନ୍ତୁ ଏବଂ ସେମାନଙ୍କୁ ଏକ ଓଭାଲ୍ ଆକୃତି ଦେଇ ରଖନ୍ତୁ। ବର୍ତ୍ତମାନ ଏକ ଥାଳିରେ ଅଧା କପ୍ ପାଣି ନିଅ ଏବଂ ପାଣିରେ ବ୍ରେଡକୁ ବୁଡ଼ାଇବା ପରେ ତୁରନ୍ତ ତାକୁ ବାହାର କରି ଆଣନ୍ତୁ।
ପାଣିରେ ଭିଜାଇଥିବା ବ୍ରେଡକୁ ପାପୁଲିରେ ରଖନ୍ତୁ ଏବଂ ସେଥିରୁ ପାଣି ବାହାର କରିବା ପାଇଁ ଅନ୍ୟ ପାପୁଲିରେ ଦବାନ୍ତୁ। ପାଣି ବାହାରିବା ପରେ ତାରି ଉପରେ ଆଳୁ ରୋଲ୍ ରଖନ୍ତୁ ଏବଂ ବ୍ରେଡ୍ କୁ ମୋଡ଼ନ୍ତୁ। ସବୁ ଦିଗରୁ ଭଲ ଭାବରେ ଦବାଇ ଆଳୁ ରୋଲ୍ ବନ୍ଦ କରନ୍ତୁ। ସେହିଭଳି ଅନ୍ୟ ରୋଲଗୁଡ଼ିକ ସେମିତି ପ୍ରସ୍ତୁତ କରନ୍ତୁ। ଏହା ପରେ ଏକ ପାତ୍ରରେ ତେଲ ଦେଇ ଗରମ କରନ୍ତୁ। ତା’ପରେ ଏହି ପ୍ରସ୍ତୁତ ରୋଲଗୁଡ଼ିକୁ ଗରମ ତେଲରେ ଛାଣନ୍ତୁ। ରୋଲଗୁଡିକ ବ୍ରାଉନ ରଙ୍ଗର ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ସେହି ରୋଲଗୁଡ଼ିକୁ ବାହାର କରି ଏକ ଥାଳିରେ ସାଧା ସଫା କାଗଜ ପକେଇ ରଖନ୍ତୁ ଯାହାଦ୍ଵାରା ବଳକା ତେଲ ବାହାରିଯିବ। ଏବେ ଗରମ ଗରମ ଆଳୁ ବ୍ରେଡ ରୋଲକୁ ଚଟଣୀ ବା ଚା ସହିତ ଖାଆନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: