ବଢୁଛି ତାତି, ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ

ବଢୁଛି ତାତି, ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: କିଛି ଦିନ କାଳବୈଶାଖୀ ବର୍ଷା କାରଣରୁ ପାଗ ଥଣ୍ଡା ରହିବା ପରେ ଏବେ ପୁଣି ରାଜ୍ୟରେ ବଢିଛି ତାତି। ଗତ ୨ ରୁ୩ ଦିନି ହେବ ବିଭିନ୍ନ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଇଛି ଜନ ଜୀବନ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼, ସୋନପୁରରେ ଅଧିକ ତାପମାତ୍ରା ଅନୂଭୁତ ହେଉଛି ।ଅନ୍ୟପଟେ ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମେସୁମୀ ବାୟୁ । ଆସନ୍ତା ଦିନେ କି ୨ଦିନ ମଧ୍ୟରେ କେରଳ ଛୁଇଁବା ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବା ନେଇ ଏବେ ପାଗ ଅନୁକୂଳ ରହିଛି। ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: