ଗଣ୍ଠି ବାତରୁ ମୁକ୍ତି ଦିଏ ମେଥି ଶାଗ

ଗଣ୍ଠି ବାତରୁ ମୁକ୍ତି ଦିଏ ମେଥି ଶାଗ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅନେକ ଲୋକ ମେଥି ଶାଗ ବା ମେଥି ଦାନା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହାର ସ୍ବାଦ ଭିନ୍ନ କାରଣରୁ ମଧ୍ୟ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହାର ଉପକାରିତା ବିଷୟରେ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ମେଥି କଣ କଣ ଉପକାର ସାଧନ କରିଥାଏ ଆମର।

-ମେଥି ଶାଗ କିମ୍ବା ମେଥି ଦାନା ମଧୁମେହ ରୋଗୀଙ୍କ ପାଇଁ ରମବାଣ ହୋଇଥାଏ। ଏହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି ଯାହାକି ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

– ଏହା ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ସହାୟକ ହୋଇଥାଏ । ଏଥିରେ ଲିପୋପ୍ରୋଟିନ ରହିଛି ଯାହା କୋଲେଷ୍ଟ୍ରୋଲର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ । ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

– ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ହୋଇଥାଏ । ମେଥି ମଞ୍ଜିରେ କ୍ୟାଲସିୟମ, ଆଇରନ ଏବଂ ଫସଫରସ ରହିଛି ଯାହାକି ଶରୀର ପୀଡାରୁ ମୁକ୍ତି ଦେଇଥାଏ ।

– ଖାଦ୍ୟ ଭଲ ଭାବେ ହଜମ ନହେଲେ ପେଟରେ ଯନ୍ତ୍ରଣା ହୋଇଥାଏ। ତେବେ ମେଥି ଶାଗ ଖାଇବା ଦ୍ୱାରା ପେଟ ସଫା ରହିଥାଏ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।

-ମେଥିରେ ପ୍ରୋଟିନ, ଫାଇବର, ପୋଟାସିୟମ, ଭିଟାମିନ-ସି ଏବଂ ଆଇରନ ରହିଛି ବୋଲି ଆମେ ପୂର୍ବରୁ ମଧ୍ୟ କହିଛୁ । ମେଥି ଖାଇବା ଦ୍ୱାରା ଚୁଟି ଉପୁଡିବା କମିଥାଏ ଏବଂ ଚୁଟିର ମୂଳ ମଧ୍ୟ ଶକ୍ତ ହୋଇଥାଏ । ତେବେ ମେଥି ଦାନାକୁ କଞ୍ଚା ଗୁଣ୍ଡକରି, ବତୁରାଇ କିମ୍ବା ସିଝାଇ ବ୍ୟବହାର କରି ପାରିବେ। ଏହାସହ ମେଥି ଗଜା କରି ଖାଇବା ଅଧିକ ଲାଭଦାୟକ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: