ସ୍ଵାଦିଷ୍ଟ ଆମ୍ବରେ ଏମିତି ପ୍ରସ୍ତୁତ କରନ୍ତୁ ଆଇସକ୍ରିମ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମ୍ବକୁ ଫଳମାନଙ୍କ ରାଜା କୁହାଯାଇଥାଏ। ଗ୍ରୀଷ୍ମ ଋତୁ ଆସିଲେ ସମସ୍ତ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ପ୍ରାୟ ସମସ୍ତେ ବର୍ଷ ସାରା ଏହି ଫଳର ସ୍ୱାଦ ପାଇବାକୁ ଅପେକ୍ଷା କରି ରହିଥାନ୍ତି। କଞ୍ଚା ପାଚିଲା ଆମ୍ବ ସହିତ ଏଥିରୁ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ଯେପରି-ଆମ୍ବ ପାମ୍ପଡ, ଆମ୍ବ ସର୍ବତ ଏବଂ ଆମ୍ବ ସେକ୍ ଆଦି ପ୍ରସ୍ତୁତ ହୋଇଥାଏ । କଣ ଆପଣ କେବେ ଘରେ ସତେଜ, ରସେଲୁ ଆମ୍ବରୁ ଆଇସକ୍ରିମ୍ ତିଆରି କରିଛନ୍ତି କି? ଯଦି ନୁହେଁ, ଆଜି ଆମେ ଆପଣଙ୍କ ଆମ୍ବ ଆଇସ୍କ୍ରିମ କିପରି କରିବେ କହୁଛୁ। ଆପଣ ଏହାକୁ ଯେ କୌଣସି ସମୟରେ ଖାଇପାରିବେ। ରାତ୍ରୀ ଭୋଜନ ପରେ ଆପଣ ଏହାକୁ ଏକ ମିଠା ଭାବରେ ମଧ୍ୟ ପରଷି ପାରିବେ।

ଆମ୍ବ ଆଇସକ୍ରିମ୍ ପାଇଁ ଆବଶ୍ୟକ ସାମଗ୍ରୀ
କ୍ଷୀର – ୨ କପ୍
କ୍ରିମ୍-୩ କପ୍
ପାଚିଲା ଆମ୍ବ ରସ-୨ କପ୍
ଆମ୍ବ (ଛୋଟ ଛୋଟ କଟା) -୨ କପ୍
କଷ୍ଟର୍ଡ ପାଉଡର – ୨ ଚାମଚ
ଭାନିଲା ଏସେସ୍ – ୧ ଚାମଚ
ଚିନି – ୨ କପ୍

ଆମ୍ବ ଆଇସ୍କ୍ରିମ୍ ପ୍ରସ୍ତୁତ କରିବା ପଦ୍ଧତି

ଆମ୍ବ ଆଇସ୍କ୍ରିମ୍ ତିଆରି କରିବା ପାଇଁ ପ୍ରଥମେ କଷ୍ଟର୍ଡକୁ ଏକ ଚତୁର୍ଥାଂଶ କପ୍ କ୍ଷୀରରେ ମିଶାଇ ଅଲଗା କରି ରଖନ୍ତୁ। ଏହା ପରେ ଅବଶିଷ୍ଟ କ୍ଷୀର ଏବଂ ଚିନିକୁ ଏକାଠି ମିଶାଇ ଗରମ କରନ୍ତୁ। ଚିନିକୁ କ୍ଷୀରରେ ସଂପୂର୍ଣ୍ଣ ଭାବେ ମିଶିବାକୁ ଦିଅନ୍ତୁ ଏବଂ ଏହାକୁ ଫୁଟାନ୍ତୁ। ଯେତେବେଳେ ଏହା ଫୁଟିବା ଆରମ୍ଭ କରିବ ସେଥିରେ କଷ୍ଟର୍ଡ ମିଶ୍ରଣ ମିଶାଇ ପୁଣିଥରେ ଫୁଟାନ୍ତୁ। ଏହାପରେ କମ ଆଞ୍ଚରେ ଏହାକୁ ଏକ ମିନିଟ୍ ଫୁଟାଇବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ଏହାକୁ କିଛି ସମୟ ଥଣ୍ଡା ହେବାକୁ ଦିଅନ୍ତୁ। ଏଥିରେ ଆମ୍ବ ପୁରୀ, ଆମ୍ବ ଖଣ୍ଡ, କ୍ରିମ୍ ଏବଂ ଭାନିଲା ଏସେନ୍ସ ମିଶାନ୍ତୁ। ସେଗୁଡିକୁ ଭଲ ଭାବରେ ମିଶାଇ ଏକ ଟାଇଟ୍ ଢାଙ୍କୁଣୀ ଥିବା ପାତ୍ରରେ ରଖନ୍ତୁ। ଏହାପରେ ସେହି ମିଶ୍ରଣକୁ ସଂପୂର୍ଣ୍ଣ ସେଟ୍ କରିବା ପାଇଁ ତାକୁ କିଛି ସମୟ ଫ୍ରିଜରେ ରଖିଦିଅନ୍ତୁ। ଏହା ପରେ ତାହାକୁ ବାହାର କରି ହ୍ୟାଣ୍ଡ ବ୍ଲେଣ୍ଡର ସାହାଯ୍ୟରେ ଚକଟି ଦିଅନ୍ତୁ ଏବଂ ପୁଣିଥରେ ତାକୁ ଫ୍ରିଜରେ ରଖିଦିଅନ୍ତୁ। ଧ୍ୟାନ ଦେବେ ଯେ, ପାତ୍ରର ଢାଙ୍କୁଣୀ ଯେପରି ଖୋଲା ବା ଲୁଜ୍ ନ ରହେ । ଏବଂ ଏଥିରେ ବରଫର ସ୍ତର ହେବାକୁ ଦିଅନ୍ତୁ ନାହିଁ।ପୁଣି ଥରେ ତାହାକୁ ବାହାରକୁ କାଢି ଚକଟି ଦିଅନ୍ତୁ ଏବଂ ଏହାକୁ ଫ୍ରିଜରେ ରଖନ୍ତୁ। କିଛି ସମୟ ପରେ ଆପଣଙ୍କ ଆମ୍ବ ଆଇସ୍କ୍ରିମ୍ ପରଫେକ୍ଟ ରେଡ୍ଡୀ ହୋଇଯିବ।

Leave a Reply

Your email address will not be published. Required fields are marked *