ଶ୍ମଶାନରେ ଯୁବକଙ୍କ ଅଜବ କାରନାମା

ଶ୍ମଶାନରେ ଯୁବକଙ୍କ ଅଜବ କାରନାମା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାଧାରଣତଃ ଶ୍ମଶାନର ନାମ ଶୁଣିଲେ ଲୋକେ ଭୟରେ ଥରି ଉଠନ୍ତି । ବର୍ତ୍ତମାନର କରୋନା ସମୟରେଏବେ ଶ୍ମଶାନ ଗୁଡିକରେ ଶବ ସଂସ୍କାର ପାଇଁ ଜାଗା ନାହିଁ, ଯୁଆଡେ ଦେଖିବେ କୁଢ଼ କୁଢ଼ ପାଉଁଶ । ତେବେ ଏହି ଭଳି ଭୟଙ୍କର ସମୟରେ ସୋସିଆଲ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ତିନି ଯୁବକ ଶ୍ମଶାନରେ ସାବୁନ ଲଗେଇ ଗାଧୋଇ ଥିବାର ନଜର ଆସିଛି। କବର ସ୍ଥାନରେ ମଧ୍ୟ ଏପରି ଦୃଶ୍ୟ ଦେଖାଯିବ ବୋଲି କେହି ଭାବି ନଥିବେ। ଏହି ଘଟଣାର ଭିଡିଓ ଗୁପ୍ତ ଭାବରେ ରେକର୍ଡ କରାଯାଇଥିବା ବେଳେ ତାହା ଏବେ ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ସେୟାର କରାଯାଉଛି।
ତେବେ ଭିଡିଓଟି କେଉଁ ସ୍ଥାନର ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଭିଡିଓରେ ତିନି ଜଣ ଯୁବକ ନାଲି ରଙ୍ଗର ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି। ଏହି ତିନିଜଣ ସାବୁନ ଲଗାଇ ଶ୍ମଶାନରେ ମୃତକଙ୍କ କବର ନିକଟରେ ସ୍ନାନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସେହି ଯୁବକମାନେ ଏଭଳି କରିବାର କାରଣ କଣ, ତାହା କେହି ବୁଝି ପାରୁନାହାନ୍ତି। ତେବେ ତିନି ଯୁବକଙ୍କ ଏହିଭଳି ଅଦ୍ଭୂତ ଗାଧୁଆ ଦେଖି କେହି ଏହାର ଭିଡିଓ କରିଥିଲେ। ଭିଡିଓଟି ଗୁପ୍ତରେ ରେକର୍ଡ କରାଯାଇଛି ବୋଲି ବାରି ହେଉଛି। ସୋସିଆଲ ମିଡିଆରେ ଭିଡିଓ ଉପରେ ଅନେକ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେହି କେହି କହିଛନ୍ତି ଏହା ଏକ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକଳାପ । ଅର୍ଥାତ୍ ଏହି ଲୋକମାନେ ଭୂତମାନଙ୍କ ସହିତ ଯୋଗାଯୋଗ କରୁଥିଲେ। ତେବେ ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: