ହୃଦୟ ବିଦାରକ: ମିଳିଲାନି ଆମ୍ବୁଲାନ୍ସ, ବାପାର ଶବକୁ କାର୍ ଉପରେ ବାନ୍ଧି ଶ୍ମଶାନ ନେଲା ପୁଅ

ହୃଦୟ ବିଦାରକ: ମିଳିଲାନି ଆମ୍ବୁଲାନ୍ସ, ବାପାର ଶବକୁ କାର୍ ଉପରେ ବାନ୍ଧି ଶ୍ମଶାନ ନେଲା ପୁଅ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହାମାରୀ କରୋନା ନେଉଛି ମୁଣ୍ଡ ପରେ ମୁଣ୍ଡ । ସଂକ୍ରମିତଙ୍କୁ ଡାକ୍ତରଖାନା ଏବଂ ମୃତକଙ୍କୁ ଶବଦାହା ପାଇଁ ଶ୍ମଶାନକୁ ନେବା ପାଇଁ ଆମ୍ବୁଲାନ୍ସ ମିଳୁନାହିଁ। କେବଳ ଏତିକି ନୁହେଁ, ଶବଦାହ ପାଇଁ ପରିବାର ଲୋକଙ୍କୁ ୫-୬ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଉତ୍ତରପ୍ରଦେଶର ଅଗ୍ରାରୁ ମଧ୍ୟ ଏଭଳି ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣଙ୍କ ଆଖି ଭିଜିଯିବ ।
ଆମ୍ବୁଲାନ୍ସ ଅଭାବରୁ ମୋହିତ ନାମକ ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ମୃତଦେହକୁ କାର୍ ଉପରେ ବାନ୍ଧି ଶ୍ମଶାନକୁ ନେଇଥିଲେ। ରାସ୍ତାରେ ଏହି ଦୃଶ୍ୟକୁ ଦେଖି ଲୋକଙ୍କ ଆଖିରୁ ଲୁହ ଝରିଲା। ଶ୍ମଶାନରେ ପହଞ୍ଚିବା ପରେ ସ୍ଥିତି ଆହୁରି ଭୟଙ୍କର । ଗୋଟିଏ ପଟେ ଶ୍ମଶାନରୁ ନିଆଁ ଲିଭୁନି । ଅପରପଟେ ବହୁ ଲୋକ ନିଜ ପ୍ରିୟଜନକଙ୍କ ଶବଦାହ ପାଇଁ ଆସି ଅନେକ ଘଣ୍ଟା ଆଗରୁ ଅପେକ୍ଷା କରିଛନ୍ତି । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୋହିତଙ୍କ ନମ୍ବର ଆସିଥିଲା । ସେ କାରର ଛାତରୁ ପିତାଙ୍କ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ଏହି ଘଟଣା ସାରା ଅଞ୍ଚଳକୁ ଶୋକାକୁଳ କରିଦେଇଛି ।
ସୂଚନାଯୋଗ୍ୟ, ଆଗ୍ରାରେ ସଂକ୍ରମିତ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ଆଗ୍ରାର କୌଣସି ଘରୋଇ ଡାକ୍ତରଖାନା ରୋଗୀ ରଖୁ ନାହାନ୍ତି। ଖବର ଅନୁଯାୟୀ, ଆଗ୍ରାର ତାଜଗଞ୍ଜ ଶ୍ମଶାନରେ ଚିମିନି ୨୦ ଘଣ୍ଟା ଧରି ନିରନ୍ତର ଜଳୁଛି । ଅନ୍ତିମ ସଂସ୍କାର ପାଇଁ ପ୍ରତିଦିନ ଅତି କମରେ ୫୦ଟି ଶବ ଏଠାକୁ ଆସୁଛି । ଶବଦାହାର ପରିସ୍ଥିତି ଏପରି ହୋଇଛି ଯେ, ଶବଦାହା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: