ଟଙ୍କା ନଥିବାରୁ ବୃଦ୍ଧ ତିଆରି କଲେ ନିଆରା ମାସ୍କ

ପ୍ରିଜମ ନ୍ୟୁୁଜ୍ ବ୍ୟୁୁରୋ: ସାରା ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାସହ ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ଅନେକ ପ୍ରତିବନ୍ଧକ ଲଗାଯାଉଛି। ଯାହା ଫଳରେ କରୋନା ଭାଇରସ ନିୟନ୍ତ୍ରଣ କରାଯାଇ ପାରିବ। ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଯେଉଁଥିପାଇଁ ସରକାର ଲୋକଙ୍କ ସହ କଠୋର ଆଚରଣ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଲୋକମାନେ ବିନା ମାସ୍କରେ ଘରୁ ବାହାରିଲେ ଚାଲାଣ କଟାଯାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ମାସ୍କ ନପିନ୍ଧିବାର ସାହସ କରିପାରିବେ ବା କେମିତି।

ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏପରି ଏକ ଫଟୋ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଏହି ଫଟୋରେ ଜଣେ ବ୍ୟକ୍ତି ଏକ ନିଆରା ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ଫଟୋରେ ତେଲେଙ୍ଗାନାର ଜଣେ ବ୍ୟକ୍ତି ମୁହଁରେ ପକ୍ଷୀମାନଙ୍କର ବସାକୁ ମାସ୍କ ଭାବେ ବ୍ୟବହାର କରିଥିବାର ଦେଖାଯାଇଛି। ତାଙ୍କ ପାଖରେ ମାସ୍କ କିଣିବା ପାଇଁ ଟଙ୍କା ନଥିବାରୁ ସେ ଏଭଳି କରିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବ୍ୟକ୍ତି ଜଣକ ତେଲେଙ୍ଗାନାର ମେକଲା କୁର୍ମୟା ବୋଲି ଜଣାପଡ଼ିଛି। ତାଙ୍କର ସେହି ପକ୍ଷୀ ବସାରେ ପ୍ରସ୍ତୁତ ମାସ୍କ ପିନ୍ଧା ଫଟୋଟି @revathitweets ନାମକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହା ସହିତ କ୍ୟାପସନରେ ଲେଖା ଯାଇଛି ଯେ-ଏହି ବ୍ୟକ୍ତି ମାସ୍କ କିଣି ପାରିବେ ନାହିଁ, ତେଣୁ ପକ୍ଷୀର ବସା ମାସ୍କ ପରି ପିନ୍ଧି ଯାଇଥିଲେ। କୁହାଯାଉଛି ଯେ, କୁର୍ମୟା ତେଲେଙ୍ଗାନାର ମେହେବୁବନଗର ଜିଲ୍ଲାର ଚିନ୍ନାମୁଗୁଲ ଚାଡର ବାସିନ୍ଦା। ସେ ପେନସନ ପାଇଁ ମଣ୍ଡଳ କେନ୍ଦ୍ରକୁ ଯାଇଥିଲେ। ସେଠାକୁ ଯିବା ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଥିବା ବେଳେ ତାଙ୍କ ପାଖରେ ସେଥିପାଇଁ ଟଙ୍କା ନଥିଲା। ତେଣୁ ମାସ୍କ ବଦଳରେ ସେ ପକ୍ଷୀର ବସାକୁ ମୁହଁରେ ଲଗେଇ ଯାଇଥିଲେ। ଯାହାଫଳରେ କରୋନା ନିର୍ଦ୍ଦେଶାବଳୀ ଅନୁସରଣ ହୋଇପାରିବ।

ସଂପୃକ୍ତ ବୃଦ୍ଧ ଜଣଙ୍କ କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ପକ୍ଷୀ ବସାରେ ମାସ୍କ ପିନ୍ଧିଥିଲେ । ଏହି ଚିତ୍ର ଦେଖିଲେ ଲାଗୁଛି ଯେ, ମାସ୍କ କିଣିବାରେ ସକ୍ଷମ ନଥିବା ଲୋକଙ୍କୁ ସରକାର ଅନ୍ତତଃ ପକ୍ଷେ ମାସ୍କ ବଣ୍ଟନ କରିବା ଉଚିତ୍।

Leave a Reply

Your email address will not be published. Required fields are marked *