ମହାରାଷ୍ଟ୍ର: ମଦ ନ ମିଳିବାରୁ ସାନିଟାଇଜର ପିଇ ୭ ମୃତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମଦ ନ ମିଳିବାରୁ ସାନିଟାଇଜର ପିଇ ୭ ଜଣଙ୍କ ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲର ବାନିରେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଲକଡାଉନ୍ ଯୋଗୁଁ ମଦ ଦୋକାନ ବନ୍ଦ ଥିବାରୁ ଏହି ଲୋକମାନେ ମଦ ପାଇନପାରି ସାନିଟାଇଜର ପିଇ ଦେଇଥିଲେ।
ସେପଟେ ପୋଲିସ କହିଛି ଘଟଣାର ତଦନ୍ତ ଚାଲିଛି । ସମସ୍ତ ମୃତକ ଶ୍ରମିକ ଅଟନ୍ତି । ମଦ ନ ମିଳିବାରୁ ସେମାନେ ହ୍ୟାଣ୍ଡ ସାନିଟାଇଜର ପିଇଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହର ବେଶ ଭୟଙ୍କର ହେବାରେ ଲାଗିଛି । ଯେଉଁଥିପାଇଁ ରାଜ୍ୟରେ ଅନେକ ପ୍ରତିବନ୍ଧକ ଲାଗୁ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି ଯେ, କୋଭିଡ-୧୯ର ଦୈନିକ ନୂତନ ମାମଲାର ୭୪.୧୫ ପ୍ରତିଶତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସମେତ ଦଶଟି ରାଜ୍ୟରୁ ଆସିଛି।

ମନ୍ତ୍ରଣାଳୟର ଏକ ବିବୃତ୍ତିରେ ସୂଚନା ଦେଇଛି ଯେ, ଦେଶରେ ମୋଟ ସଂକ୍ରମଣ ମାମଲାରେ ୭୪.୧୫ ପ୍ରତିଶତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜରାଟ ଏବଂ ରାଜସ୍ଥାନରୁ ଆସିଛି।
ସେମାନେ ଚିକିତ୍ସିତ ହେଉଛନ୍ତି ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜୁରାଟ ଏବଂ କେରଳର।
ଚିକିତ୍ସିତ ହେଉଥିବା ୬୬.୬୬ ପ୍ରତିଶତ କରୋନା ସଂକ୍ରମିତ ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜୁରାଟ ଏବଂ କେରଳର ।

Leave a Reply

Your email address will not be published. Required fields are marked *